spot_img

Latest Posts

ପୁରୀରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଲକ୍ଷ୍ମୀନୃସିଂହ ବା ଡାଳିକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଆଜି ପଞ୍ଚୁକର ତୃତୀୟ ଦିନ । ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଚତୁର୍ଦ୍ଦଶୀ ଅବସରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ତେବେ ଦ୍ୱାଦଶୀ ତିଥି କ୍ଷୟ ହୋଇଥିବାରୁ ମହାପ୍ରଭୁଙ୍କର ବାଙ୍କଚୁଡା ବେଶ ଅନୁଷ୍ଠିତ ହେବ ନାହିଁ । ଆସନ୍ତାକାଲି ବୁଧବାର ପୂର୍ଣ୍ଣିମାରେ ରାଜରାଜେଶ୍ୱରବେଶ ଵା ସୁନାବେଶ ଅନୁଷ୍ଠିତ ହେବ । ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାରିକେଡକୁ ମାର୍କେଟ ଛକରୁ ଅଧିକ ସଂପ୍ରସାରିତ କରାଯାଇଛି । ଚଳିତବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ କରାଯାଉଥିବାରୁ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ବଢିବାରେ ଲାଗିଛି । ମହାପ୍ରଭୁଙ୍କ ଅନନ୍ୟ ବେଶ ଦର୍ଶନ ସହ ମହାପ୍ରସାଦ ପାଇ କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ ।

Latest Posts

Don't Miss