spot_img

Latest Posts

ଓଡ଼ିଶାରେ ଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଓଡ଼ିଶାରେଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ କରିବା ପାଇଁ ଜାପାନ ଆଗ୍ରହୀ ଥିବା ଜଣାପଡିଛି । ଇସ୍ଵାତ ଶିଳ୍ପର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଓ ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ବୈଠକରେ ଜାପାନ ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ। ୨୦୨୦ରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଳିଭ୍‌ରେ ଜାପାନ ଅନ୍ୟତମ ଅଂଶୀଦାର ହେବ । ୨୦୧୮ ମଧ୍ୟରେ ଜାପାନ ଏହି କନ୍‌କ୍ଳିଭ୍‌ରେ ପାର୍ଟନର ହୋଇଥିଲା। ଆର୍ସେଲର୍‌ ମିତଲ, ଏସ୍‌ଆର ପ୍ଲାଣ୍ଟରେ ଜାପନର ନିପନ କମ୍ପାନୀର ପୁଞ୍ଜି ନିବେଶ କରିଛି । ପୂର୍ବରୁ ଜଗତସିଂହପୁରସ୍ଥିତ ଜେଏସ୍‌ଡବ୍ଲୁ ପ୍ଲାଣ୍ଟରେ ଜାପାନ୍‌ର ଜେଏଭି କମ୍ପାନୀ ପୁଞ୍ଜିନିବେଶ କରିଛି ।

ଏବେ ସାରା ଦେଶରେ ୧୪୪ ନିୟୁତ ଟନ୍‌ ଇସ୍ଵାତ ଉତ୍ପାଦନ ହେଉଛି। ଟାର୍ଗେଟ୍‌ ରହିଛି ୩ଶହ ଟନ୍‌। ଏଥିରୁ ଓଡିଶା ପ୍ରମୁଖ ଭୂମିକା ନିଭେଇବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେବଳ ବୃହତ ଶିଳ୍ପ ନୁହଁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଛୋଟଛୋଟ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାବାଦ୍‌ କୃଷି, କେମିକାଲ୍‌, ହସ୍ତତନ୍ତ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅଧିକ ସୁଯୋଗ ରହିଥିବା ସେ କହିଛନ୍ତି।

Latest Posts

Don't Miss