spot_img

Latest Posts

ଓଡ଼ିଆ ଯାତ୍ରାର ଭେଟେରାନ ଷ୍ଟାର ଦେବୀ ରଥଙ୍କ ଦେହାନ୍ତ

ନନ୍ଦିଘୋଷ ବ୍ୟୁରୋ : ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟେରାନ ଅଭିନେତା ଦେବୀ ପ୍ରସାଦ ରଥ। ୭୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି  । ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ରେ ଜନ୍ମିତ ଦେବୀ ପ୍ରସାଦ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଭୋର ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି  । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି  । ଯାତ୍ରା ଜଗତର ବାପା ତଥା ଚରିତ୍ର ଅଭିନେତା ଭାବେ ସେ ବେଶ ପ୍ରଶଂସା ସାଉଁଟିଥିଲେ  । ଜଣେ ଉଚ୍ଚକୋଟୀର କଳାକାର ଥିଲେ ଦେବୀ ପ୍ରସାଦ  । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ ସେ ଅଭିନୟ କରିଛନ୍ତି  । ୫୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଆ ଯାତ୍ରା ଜଗତରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି  । ଅନେକ ଅପେରା ପାର୍ଟିରେ କାମ କରିଛନ୍ତି  । ତାଙ୍କର ଅଭିନୟରେ ଦର୍ଶକ କାନ୍ଦିଛନ୍ତି, ହସିଛନ୍ତି, ଭାବବିହ୍ୱଳ ହୋଇଛନ୍ତି, ପ୍ରେମରେ ପଡିଛନ୍ତି ଆଉ ଭିଜିଛନ୍ତି ଏବଂ ମଜିଛନ୍ତି  । ଆଜି ତାଙ୍କ ବିୟୋଗରେ ଯାତ୍ରା ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି  ।

Latest Posts

Don't Miss