spot_img

Latest Posts

ଆଜି ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ; ୧୨୧ଟି ଆସନରେ ଚାଲିଛି ଭୋଟଦାନ

ନନ୍ଦିଘୋଷ ବ୍ୟୁରୋ: ଆଜି ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ଭୋଟଦାନ ହେଉଛି। ୧୩୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ପ୍ରାୟ ୩ କୋଟି ୭୫ ଲକ୍ଷ ଭୋଟର ପ୍ରଥମ ପର୍ଯ୍ୟାୟରେ ନିଜ ମତାଧିକାର ସାବ୍ୟସ୍ତ କରିବେ। ଭୋଟ ଲାଗି ଅନେକ ବୁଥରେ ୱେବକାଷ୍ଟିଂ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କେବଳ ପାଟଣା ବିଧାନସଭାରେ ଅଛନ୍ତି ୧୪୯ ପ୍ରାର୍ଥୀ । ପ୍ରଥମ ପର୍ଯ୍ୟାୟ ମତଦାନର ବେଶ୍ ଗୁରୁତ୍ଵ ରହିଛି । ୧୮ଟି ଜିଲ୍ଲାର ୧୨୧ ନିର୍ବାଚନମଣ୍ଡଳୀର ଭୋଟଦାତା ମତଦାନରେ ସାମିଲ ହେବେ । ଦ୍ୱିତୀୟଟି ନଭେମ୍ବର ୧୧ ରେ ଅନୁଷ୍ଠିତ ହେବ । ମୋଟ ୨୪୩ ବିଧାନସଭା ଆସନ ବାଜିରେ ଲାଗିଛି ।

ପ୍ରଥମ ପର୍ଯ୍ୟାୟରେ କିଏ ରହିବ ଆଗରେ ତାହାକୁ ନେଇ କଳ୍ପନାଜଳ୍ପନା l ବିଶେଷ କରି ଜନସୂରାଜ ପାର୍ଟି ଓ ଏଆଇଏମଆଇଏମ ଉପରେ ସମସ୍ତଙ୍କ ନଜର l କାରଣ ଏହି ଦୁଇ ଦଳ ସାମାନ୍ୟ ୫ କିମ୍ବା ୧୦ ପ୍ରତିଶତ ଭୋଟ ଯଦି ପାଆନ୍ତି ତେବେ ଏନଡିଏ ଓ ମହାଗଠବନ୍ଧନର ସମ୍ଭାବନା ହୋଇପାରେ ଏପଟସେପଟ l ଗତ ୨୦୨୦ ନିର୍ବାଚନରେ ଏହି ୧୨୧ ଆସନରୁ ମହାଗଠବନ୍ଧନ ହାସଲ କରିଥିଲା ୬୩ ଆସନ l ଏନଡିଏ ଲାଭ କରିଥିଲେ ୫୫ ଆସନ l ଚଳିତ ଥର ମହାଗଠବନ୍ଧନ ଲାଗି ବିଶେଷ ସହାୟକ ହୋଇପାରନ୍ତି ବିକାଶଶୀଳ ଇନସାନ ପାର୍ଟି ନେତା ମୁକେଶ ସାହନି l କାରଣ ମାଲା ସମ୍ପ୍ରଦାୟର ଧୀବର ଓ ନୌଚାଳକଙ୍କ ଭୋଟ ହାର ୨.୫ ପ୍ରତିଶତ l ଅଧିକାଂଶ ଆସନରେ ବିଜୟୀ ପ୍ରାର୍ଥୀଙ୍କ ଲାଗି ଏହା ସହାୟକ ହେବ l ମାଲା, ସାହନି ଓ ନିଶାଦଙ୍କ ସଂଖ୍ଯା ରାଜ୍ୟର ମୋଟ ଜନସଂଖ୍ୟାର ୯ ପ୍ରତିଶତ l ନିଶାଦ ସମ୍ପ୍ରଦାୟ ଅଧୀନରେ ଆସୁଥିବା ଉପଜାତି ମାଲାଙ୍କ ସଂଖ୍ୟା ମିଥିଳାଞ୍ଚଳ ଓ ସୀମାଞ୍ଚଳ ଅଞ୍ଚଳରେ ଅଧିକ ରହିଛି l ମୁଜାଫରପୁର, ଦରଭଙ୍ଗା, ସୁପାଲ, ବୈଶାଳୀ, ସୀତାମାଢ଼ି, ସେଓଦର, କିଷନଗଞ୍ଜ, ସହର୍ସା, ଖଗରିଆ, ପୂର୍ବ ଚମ୍ପାରନ, ପଶ୍ଚିମ ଚମ୍ପାରନ ଆଦି ଜିଲ୍ଲାରେ ସେମାନଙ୍କ ସଂଖ୍ୟା ଅଧିକ ଥିବାରୁ ତାହାର ସୁଯୋଗ ମହାଗଠବନ୍ଧନ ନେବା ସମ୍ଭାବନା ରହିଛି l ଚଳିତ ନିର୍ବାଚନରେ ପ୍ରବାସୀ ସମସ୍ୟା, ଗରିବୀ, ବେକାରୀ ଆଦି ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ଜାତୀୟ ନେତାଙ୍କ ଘନ ଘନ ଗସ୍ତ ବିହାରବାସୀଙ୍କୁ କିପରି ପ୍ରଭାବିତ କରିବ ତାହା ସ୍ପଷ୍ଟ ହେବ ୧୪ରେ l

Latest Posts

Don't Miss