ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ରଙ୍ଗଥଳି ନିକଟରେ OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା l ତିନି ବସ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ଗୁରୁତର । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ଆଜି ରାତି ପ୍ରାୟ ତିନିଟା ସମୟରେ ରଙ୍ଗଥଳି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ତିନି ଜଣ ଯାତ୍ରୀଙ୍କ ସହ ଟ୍ରକ ଡ୍ରାଇଭର ଗୁରୁତର ହେବା ସହ ଟ୍ରକ ଆଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସେହିଭଳି ବସର ସାମ୍ନା ମଧ୍ୟ ଭାଙ୍ଗିଯାଇଛି । ଖବର ପାଇ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେମାନଙ୍କ ସ୍ଵାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ତେବେ ବସରେ ଯାଉଥିବା ଦେବରାଣୀ ଦୋରା, ସୁଜାତା ଦୋରା ଓ ରାଜେଶ୍ୱରୀ ଦୋରାଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଥିବା ବେଳେ ଟ୍ରକ ଡ୍ରାଇଭର ରାଜେଶ ପଟେଲଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି । ଟ୍ରକ ଡ୍ରାଇଭରଙ୍କ ଆଖି ଲାଗିଯାଇଥିବା ଯୋଗୁ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

