spot_img

Latest Posts

ଆଫ୍ରିକୀୟ ରାଷ୍ଟ୍ର ମାଲିରେ ୫ ଭାରତୀୟ ଅପହୃତ

ନନ୍ଦିଘୋଷ ବ୍ୟୁରୋ : ଆଫ୍ରିକୀୟ ରାଷ୍ଟ୍ର ମାଳିରେ ୫ ଭାରତୀୟ ଅପହୃତ। ମାଲିରେ ଦିନକୁ ଦିନ ଅଲ କାଏଦା ଓ ଆଇଏସଆଇଏସ ଆତଙ୍କୀ ସଂଗଠନର ଉତଥାନ ଅଧିକ ହେଉଥିବାବଳେ ଅପହରଣ ଘଟଣା ବୃଦ୍ଧି ପାଇଛି। ମାଲିର ପଶ୍ଚିମାଞ୍ଚଳର କୋବ୍ରି ନିକଟରେ ଭାରତୀୟଙ୍କୁ ଗୁରୁବାର ଅପହରଣ କରାଯାଇଥିବା ସୂଚନା ମିଳିଛି । ୫ ଭାରତୀୟଙ୍କୁ ଅପହରଣ ପରେ ରାଜଧାନୀ ବାମାକୋରେ ଥିବା ଭାରତୀୟ ଶ୍ରମିକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଅପହରଣ ଲାଗି କେଉଁ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ମିଲିଟାରୀ ଜୁଣ୍ଟା ସରକାର ଦ୍ବାରା ପରିଚାଳିତ ମାଲିରେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଇଛି । ଗ୍ରୁପ ଅଫ ଇସଲାମ ଆଣ୍ଡ ମୁସଲିମସ ବା JNIM ସହ ସମ୍ପର୍କିତ ଅଲ କାଏଦା ପକ୍ଷରୁ ମାଲିରେ ତୈଳ ଅବରୋଧ କରାଯାଇଛି। ଫଳରେ ଦେଶରେ ତୈଳ ସଙ୍କଟ ଅଧିକ ଉତ୍କଟ ହୋଇଛି। ବିଗତ ୨୦୧୨ରୁ ଦେଶରେ ଅରାଜକତା ବ୍ୟାପିଥିବାବେଳେ ବିଦେଶୀ ନାଗରିକଙ୍କୁ ଅପହରଣ ଘଟଣା ବଢ଼ିବାରେ ଲାଗିଛି। ଗତ ସେପ୍ଟେମ୍ବରରେ JNIM ପକ୍ଷରୁ ୨ ୟୁଏଇ ନାଗରିକ ଓ ଜଣେ ଇରାନ ନାଗରିକଙ୍କୁ ଅପହରଣ କରାଯାଇଥିଲା। ପ୍ରାୟ ୫୦ ନିୟୁତ ଡଲାର ଦିଆଯିବା ପରେ ସେମାନେ ମୁକ୍ତି ପାଇଥିଲେ।

Latest Posts

Don't Miss