spot_img

Latest Posts

ପୁଣି ସରକାରୀ ପରୀକ୍ଷାରେ ବିଭ୍ରାଟ; ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ଅସନ୍ତୋଷ

ପୁଣି ସରକାରୀ ପରୀକ୍ଷାରେ ବିଭ୍ରାଟ; ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ୧୬ ମାସର ବିଜେପି ସରକାର ଯେମିତି ଓଡ଼ିଶାରେ କାହାରିଙ୍କୁ ନିଯୁକ୍ତି ନଦେବାକୁ ପଣ କରିଛି । ସରକାରୀ କଳର କାର୍ଯ୍ୟଦକ୍ଷତା ଏପରି ପ୍ରଶ୍ନ ଉଠାଇବାରେ ଲାଗିଛି । କାରଣ ୧୬ ମାସର ବିଜେପି ସରକାରରେ ୧୬ଟି ସରକାରୀ ପରୀକ୍ଷାରେ ବିଭ୍ରାଟ ଘଟିଛି । ଆଉ ଏତିରୁ ସରକାର ଶିକ୍ଷା ନେବେ କ’ଣ ପୁଣି ସମାନ ଘଟଣା । ୯ ତାରିଖରେ ଦୁଇ ଦୁଇଟି ସରକାରୀ ଚାକିରି ପାଇଁ ପରୀକ୍ଷା ହେବାକୁ ଯାଉଛି । ଏପରି ବିଭ୍ରାଟକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗୋଟିଏ ଦିନରେ ଦୁଇ ଦୁଇଟି ବର୍ଗରେ ଖାଲି ଥିବା ପଦବୀ ପାଇଁ ସରକାରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆସନ୍ତାକାଲି OPSC କରିବାକୁ ଯାଉଛି ASO ଲାଗି ପରୀକ୍ଷା । ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ହେବ ପେପର-୧ ପରୀକ୍ଷା । ସେପଟେ ସମାନ ସମୟରେ OSSSC କରିବାକୁ ଯାଉଛି RI, ଅମିନ ଲାଗି ପରୀକ୍ଷା । ଯେଉଁ ଆଶାୟୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବେ ସେମାନେ କେମିତି ଦୁଇଟି ଯାକ ପରୀକ୍ଷା ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ପରୀକ୍ଷାର୍ଥୀ । ଯାହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Latest Posts

Don't Miss