spot_img

Latest Posts

ଟି-୨୦ରେ କେଉଁ ପୋଜିସନରେ ଖେଳିବେ ସଞ୍ଜୁ ? ଗିଲଙ୍କ ପାଇଁ ବିଗିଡ଼ି ଯାଉଛି ଟିମ୍ ଇଣ୍ଡିଆର ସନ୍ତୁଳନ

ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ବିଜୟ ହାସଲ କରିଛି । ମାତ୍ର ଟିମର କମ୍ବିନେସନ ଏବେ ବି ପରଫେକ୍ଟ ନଜର ଆସୁନାହିଁ । ଟି-୨୦ ବିଶ୍ବକପ ୨-୨୬ରେ ଭାରତୀୟ ଟିମର ଫାଷ୍ଟ ଚଏସ ଓ୍ବିକେଟ କିପର କିଏ ହେବ, ତାହା ସ୍ଥିର ହୋଇନାହିଁ । କଙ୍ଗାରୁ ବିପକ୍ଷରେ ଟି-୨୦ ସିରଜ ପୂର୍ବରୁ ଦୁଇଟି ମ୍ୟାଚରେ ସଞ୍ଜୁ ସାମସନ ପ୍ଲେଇଂ-୧୧ରେ ସ୍ଥାନ ପାଇଥିଲେ । କାନବେରା ଟି-୨୦ରେ ବର୍ଷା କାରଣରୁ ସଞ୍ଜୁ ବ୍ୟାଟିଂ କରିବାକୁ ଆସିନଥିଲେ । ତା’ପରେ ମେଲବର୍ଣ୍ଣରେ ସଞ୍ଜୁ ୩ୟ ସ୍ଥାନରେ ଆସି ୨ ରନ୍ କରିପାରିଥିଲେ । ତା’ପରେ ସଞ୍ଜୁଙ୍କ ପ୍ଲେଇଂ-୧୧ରୁ ଛୁଟି ହୋଇଯାଇଥିଲା । ଶେଷ ତିନୋଟି ଟି-୨୦ ମ୍ୟାଚରେ ଜିତେଶ ଶର୍ମା ପ୍ଲେଇଂ-୧୧ରେ ସ୍ଥାନ ପାଇଥିଲେ । ସେ ୫ମ, ୬ଷ୍ଠ ଓ ୭ମ ସ୍ଥାନରେ ଆସି ବ୍ୟାଟିଂ କରିଥିଲେ । ହୋବାର୍ଟ ଟି-୨୦ରେ ଜିତେଶ ଅପରାଜିତ ୨୨ ରନ୍ ସଂଗ୍ରହ କରିଥିବା ବେଳେ ଗୋଲ୍ଡ କୋଷ୍ଟରେ କେବଳ ୩ ରନ୍ ଯୋଡ଼ି ପାରିଥିଲେ ।

ଏସିଆ କପ ପୂର୍ବରୁ ସଞ୍ଜୁଙ୍କ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ଶାନଦାର ରହିଥିଲା । ସେ ଗତବର୍ଷ ଓପନିଂ କରି ଟି-୨୦ରେ ୨ଟି ଶତକ ମାରିଥିଲେ ।  ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଓ ବାଂଲାଦେଶ ବିପକ୍ଷରେ ଗୋଟିଏ ଶତକ ମାରିଥିଲେ ଏବେ ମିଡିଲ୍ ଅର୍ଡରରେ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରୁନଥିବା ଦେଖାଯାଉଛି । ସଞ୍ଜୁ ଭାରତ ପାଇଁ ୫୧ଟି ଟି-୨୦ ଖେଳି ୨୫.୫୧ ହାରରେ ୯୯୫ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୩ଟି ଶତକ ଓ ୩ଟି ଅର୍ଦ୍ଧଶତକ ରହିଛି । ଓପନିଂରେ ସେ ଭଲ କରିଥିବା ବେଳେ ମିଡିଲ ଅର୍ଡରରେ ଫ୍ଲପ ହେଉଛନ୍ତି । ଏସିଆ କପ ୨୦୨୫ରେ ଯେତେବେଳେ ଶୁଭମନ ଗିଲ ଟି-୨୦କୁ ଫେରିଥିଲେ, ସେହି ସମୟରେ ସଞ୍ଜୁଙ୍କ ଠାରୁ ଓପନିଂ ପୋଜିସନ କାଢ଼ି ନିଆଯାଇଥିଲା । ଏସିଆ କପରେ ଗିଲ ଓ ଅଭିଷେକ ଶର୍ମା ଓପନିଂ କରିଥିଲେ । ଗିଲ ଟେଷ୍ଟ ଓ ଦିନିକିଆରେ ଅଧିନାୟକ ନିଯୁକ୍ତ ହୋଇଥିବା ବେଳେ ଟି-୨୦ରେ ଉପଅଧିନାୟକ ହୋଇଛନ୍ତି । ମାତ୍ର ଟି-୨୦ରେ ଗିଲ ଭଲ ପ୍ରଦର୍ଶନ କରିନଥିଲେ । ଗିଲ ୧୨ଟି ଟି-୨୦ରେ ୨୮.୭୭ ହାରରେ ୨୫୯ ରନ୍ କରିଥିଲେ । ଦେଖିବାକୁ ଗଲେ, ଗିଲଙ୍କୁ ଆଡଜଷ୍ଟ କରିବା ଚକ୍କରରେ ଭାରତୀୟ ଟିମର ସନ୍ତୁଳନ ବିଗିଡ଼ି ଯାଉଛି । ଏସିଆ କପରେ ଗିଲଙ୍କ ଅପେକ୍ଷା ସଞ୍ଜୁଙ୍କ ପ୍ରଦର୍ଶନ ଭଲ ରହିଥିଲା ।

Latest Posts

Don't Miss