ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି ବିଜେପି । ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ପୋଷ୍ଟର ବ୍ୟାନର ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ କରିପାରିବେ । ହେଲେ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ବିଜେପି ସଭାକୁ ଲୋକ ଆସୁନାହାନ୍ତି ସେମାନେ ଭିଡ କରିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହଶହ ବସରେ ଲୋକ ଆଣି ଭିଡ ଦେଖାଇଲେ । ଲୋକେ ବିଜେପି ପତାକା କାଢିକି ଫିଙ୍ଗି ଦେଇଛନ୍ତି । ନୂଆପଡ଼ାବାସୀ ବିଜେପିକୁ ସମର୍ଥନ କରୁନାହାନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଜିତିବା ସୁନିଶ୍ଚିତ ବୋଲି ପିସିସି ସଭାପତି ଭକ୍ତ ଦାସ କହଛନ୍ତି ।

