spot_img

Latest Posts

ଟ୍ରକରେ ଯେଉଁ EVM ଆସିଛି ତାକୁ କେମିତି ଗ୍ରହଣ କରିଛି ପ୍ରଶାସନ ? ଜିଲ୍ଲାପାଳ CEOଙ୍କୁ ଏ ବିଷୟରେ ଜଣାଇଛନ୍ତି କି ?

ନନ୍ଦିଘୋଷ ବ୍ୟୁରୋ :  ନୂଆପଡାରେ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରି କହିଛି, ଗତକାଲି ଗଞ୍ଜାମରୁ ଏକ ଇଭିଏମ ଟ୍ରକ ନୂଆପଡ଼ାରେ ପହଞ୍ଚିଛି । ଏହାକୁ ସିଇଓ କେମିତି ଗ୍ରହଣ କଲେ ବୋଲି ପଚାରିଛି ବିଜେଡି । ନୂଆପଡା ଜିଲ୍ଲାପାଳ, SP ଓ IG ହିମାଂଶୁ ଲାଲ ନିରପେକ୍ଷ ନିର୍ବାଚନ କରାଇ ଦେଉ ନାହାନ୍ତି । IG ସରକାରୀ ପକ୍ଷର ଗୁମାସ୍ତା ପରି କାମ କରୁଛନ୍ତି । ୩୨ଟି ଅତି ସମ୍ବେଦନଶୀଳ ବୁଥର ତଥ୍ୟ ଆଜି ବିଜେଡି CEOଙ୍କୁ ଜଣାଇଛି । ଯେଉଁଠି ଏହି ସବୁ EVM ବ୍ୟବହାର କରାଯିବ । ଏହି ସବୁ ବୁଥ ଗୁଡିକରେ ଗୁଣ୍ଡାଗିରି କରିବାକୁ ବିଜେପି ଟାର୍ଗେଟ କରୁଛି । ଟଙ୍କା ବଣ୍ଟା ଯାଉଛି, ଛତିଶଗଡ ଲୋକ ପୋଲିସ ଡ୍ରେସରେ ଆସୁଛନ୍ତି । ଏପରି ସ୍ଥିତିରେ କେମିତି ନିରପେକ୍ଷ ନିର୍ବାଚନ ନେଇ ବିଶ୍ୱାସ ଆସିବ ବୋଲି ପ୍ରଶ୍ନ କରିଛି ବିଜେଡି । ତେବେ ଏବର CEOଙ୍କ ଉପରେ ବିଶ୍ୱାସ ଅଛି ବୋଲି ତାଙ୍କୁ ଏସବୁ ଅଭିଯୋଗ ଜଣାଇଛୁ । ସିଇଓ କହୁଛନ୍ତି ଭୋଟ ଟ୍ଯାମ୍ପରିଂ ହୋଇପାରିବ ନାହିଁ । ତାହା ହେଲେ ଏତେ ଭୋଟ ଚୋରି ଅଭିଯୋଗ କେଉଁଠୁ ଆସୁଛୁ ? ଯଦି ନିରପେକ୍ଷ ନିର୍ବାଚନ ନ ହୁଏ ତେବେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି । ସେହିପରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଆଚରଣ ବିଧି କଣ କେବଳ ବିରୋଧୀ ଦଳ ପାଇଁ ? ପ୍ରୀତି ଘଡ଼ାଇ ରହୁଥିବା ଘରେ ବିନା ୱାରେଣ୍ଟରେ ରେଡ କଲେ । ଜୁନେଦ, ମନୋଜ ମିଶ୍ରଙ୍କ ଘରେ ରେଡ କଲେ । କିଛି ମିଳିଲାନି । ଦେଢ଼ ବର୍ଷ ହେଲା କାମ କରି ନାହାନ୍ତି ସରକାର । କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି ।  ବିଜେପି ବିଧାୟକ ନିହାର ମହାନନ୍ଦ ନିର୍ବାଚନ ସାଇଲେନ୍ସ ପିରିଅଡରେ କେମିତି ନୂଆପଡାରେ ବୁଲୁଛନ୍ତି ? ଜିଲ୍ଲାପାଳ ଫୋନ ଉଠାଉ ନାହାନ୍ତି । ତେଣୁ CEO  କେଉଁଠି ଏହି EVM ଅଛି ବୋଲି ଦେଖନ୍ତୁ ବୋଲି କହିଛନ୍ତି ସୁଲତା । ବିଜେପି ବିଧାୟକ ନିହାର ମହାନନ୍ଦ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଚରିତ୍ର ସଂହାର କରି ପାରିବେନି । ବିଜେଡି ବହୁ ମାତ୍ରାରେ ନୂଆପଡା ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ମିନତୀ ବେହେରା । ନୂଆପଡ଼ାରେ ଥିବାବେଳେ ବିଜେପି ଏକ ପଂଚାୟତରେ ଟଙ୍କା ବାଣ୍ଟୁ ଥିଲେ । ବିଜେଡିର ଦୁଇ ନେତା ଏମାନଂକୁ ଧରି ପୋଲିସକୁ ଦେଲେ । ହେଲେ ଟଙ୍କା ବାଣ୍ଟୁଥିବା ନେତାଙ୍କୁ ଛାଡି ତାଙ୍କୁ ଧରିଥିବା ବିଜେଡି ନେତାଙ୍କୁ ଅଟକ ରଖିଲେ । ହାରିବା ଭୟରେ ଆଗ ବିକ୍ରମ ପଣ୍ଡାଙ୍କୁ ଗିରଫ କଲେ । ତା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ମିଛ କହିବାକୁ ଚେଷ୍ଟା କଲେ । ବେଇମାନ ଜୟ ଢୋଲକିଆ ଆଖିରେ ମେନ୍ଥୋ ପ୍ଲସ ଲଗାଇ କନ୍ଦାଇଲେ ।  ଯାହାକୁ ଲୋକେ କୁମ୍ଭୀର କାନ୍ଦଣା ବୋଲି କହିଲେ । ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କୁ ମିଛ କହିବାରେ ବ୍ୟବହାର କଲେ । ବିଜେପି ହାରିବା ଜାଣିଲେଣି । ଅନ୍ଧ ଭକ୍ତ କି ବିଜେପିକୁ ନୀତି ନିୟମ ଦେଖା ଯାଉନି । ନିର୍ବାଚନ କମିସନଙ୍କୁ ଏହା ଦେଖା ଯାଉନି । ଆଜି ଥାନା ଆଗରେ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ନେତା ଧାରଣା ଦେଇଛନ୍ତି ।

Latest Posts

Don't Miss