କଟକ ବାଲିଯାତ୍ରାର ଅଷ୍ଟମ ଦିନରେ ବଡ଼ ଅଘଟଣ । ମଝି ଆକାଶରେ ଅଟକିଗଲା ଦୋଳି । ପାଖାପାଖି ୫୦ ଫୁଟ ଉଚ୍ଚରେ ଫଶି ରହିଥିଲେ ୧୦ ଜଣ ବ୍ୟକ୍ତି । ଦୀର୍ଘ ଅଢେ଼ଇ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଉଦ୍ଧାର ହୋଇଛନ୍ତି ସମସ୍ତ ଦର୍ଶକ । ତଳ ପଡିଆରେ ଲାଗିଥିବା ବଡ଼ ଦୋଳି ଚାଲିଥିବା ବେଳେ ହଠାତ ବନ୍ଦ ହୋଇଯାଇଥିଲା । ମେସିନ ଖରାପ ଯୋଗୁ ଅଟକି ଯାଇଥିଲା ଦୋଳି । ଯାହା ଫଳରେ ମଝି ଆକାଶରେ ଫସି ରହିଥିଲେ ୧୦ ଜଣ ବ୍ୟକ୍ତି । ସେଥିରେ କିଛି ଛୋଟ ପିଲା ଓ ମହିଳା ମଧ୍ୟ ରହିଥିଲେ । ପ୍ରାୟ ଏକ ଘଣ୍ଟା ଧରି ମଝି ଆକାଶରେ ଫଶି ରହିଵା ପରେ ତୁରନ୍ତ ଦୋଳିରୁ ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୋଲିସ ବାହିନୀର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ ସମସ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରାଯାଇ ଓ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ମେଡିକାଲକୁ ପଠାଯାଇଛି ।

