spot_img

Latest Posts

ଏଥର ବିହାର ଦେଖିବ କି ନୂଆ ମୁଖ୍ୟମନ୍ତ୍ରୀ ନା ପୁଣି ଫେରିବେ ପୁରୁଣା ଖେଳାଳି ନୀତିଶ କୁମାର ?

ନନ୍ଦିଘାେଷ ବ୍ୟୁରୋ : ବିହାରରେ ତେଜସ୍ଵୀ ଯାଦବଙ୍କ ନୂଆ ସରକାର ଆସିବ ନା ରିପିଟ ହେବେ ନୀତିଶ କୁମାର, ଆଜି ତାହା ସ୍ପଷ୍ଟ ହେବ। ଆଜି ଜଣାପଡ଼ିବ କିଏ ହେବ ବିହାରର ବାଦଶାହ । କାରଣ ଆଜି ହେଉଛି ଗଣତି। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ବିହାରରରେ ଏଥର ରେକର୍ଡ ୬୭.୧୩ ପ୍ରତିଶତ ମତଦାନ ହୋଇଛି। ବିହାରରେ ଭୋଟ ହେବା ଦିନରୁ ଏତେ ମତଦାନ ହୋଇନଥିଲା।

୨୪୩ଟି ଆସନ ବିଶିଷ୍ଟ ବିଧାନସଭା ପାଇଁ ୪୩୭୨ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ରହିବେ ଜଣେ କାଉଣ୍ଟିଂ ସୁପରଭାଇଜର୍‌ କାଉଣ୍ଟିଂ ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜରଭର୍। ୧୮୦୦୦ ଏଜେଣ୍ଟ ନିୟୋଜିତ ହୋଇଛନ୍ତି। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ତା ପରେ ଇଭିଏମ୍ ଖୋଲାଯିବ। ଦରକାର ପଡ଼ିଲେ ଭିଭିପିଏଟି ସ୍ଲିପ ମେଳ କରାଯିବ। ଅଧିକାଂଶ ଏକଜିଟ ପୋଲ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ଜିତିବ ବୋଲି ପୁର୍ବାନୁମାନ କରିଛନ୍ତି। ସେମାନଙ୍କ ଭବିଷ୍ୟତବାଣୀ ସତ ହେବ ନା ବିହାରବାସୀଙ୍କ ମନରେ ଆଉ କିଛି ଅଛି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯିବ। … ୨୪୩ ଆସନ ପାଇଁ ମୋଟ ୨୬୧୬ ପ୍ରାର୍ଥୀ ଅଛନ୍ତି। ନଭେମ୍ବର ୬ ଓ ୧୧ ତାରିଖରେ ହୋଇଥିଲା ଭୋଟ । ୭ କୋଟି ୪୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୬୭. ୧୩ ପ୍ରତିଶତ ମତଦାନ କରିଛନ୍ତି। ଗତକାଲି ତେଜସ୍ଵୀ ଯାଦବ ଏକ ମିଟିଂ କରିଥିଲେ।

Latest Posts

Don't Miss