ବିହାର ନିର୍ବାଚନ ସହ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରକୁ ମିଶାଇ ୮ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଜମ୍ମୁ କଶ୍ମୀରର ଦୁଇଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିଲା । ଝାଡ଼ଖଣ୍ଡର ଘଟାଶିଲା ଉପନିର୍ବାଚନରେ ୭୪.୬୩ ପ୍ରତିଶତ ମତଦାନ ହୋଇଥିଲା । ଏହି ଆସନରେ ଜେଏମଏମ ପ୍ରାର୍ଥୀ ସୋମେଶ ଚନ୍ଦ୍ର ସୋରେନ ଆଗୁଆ ରହିଛନ୍ତି । ପଞ୍ଜାବର ତରନତାରନ ଆସନରେ ଶିରୋମଣି ଅକାଳୀ ଦଳର ସୁଖବିନ୍ଦର କୌର ଆଗୁଆ ରହିଛନ୍ତି ।
ସେହିପରି ରାଜସ୍ଥାନର ଆନ୍ତା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜୈନ ଆଗରେ ରହିଛନ୍ତି । ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ ରହିଛନ୍ତି । ତେଲେଙ୍ଗାନାର ଜୁବଲୀ ହିଲସ ଆସନରେ କଂଗ୍ରେସ ପ୍ରାର୍ଥୀ ନବୀନ ଯାଦବ ଆଗରେ ରହିଛନ୍ତି । ମିଜୋରାମର ଡମ୍ବା ଆସନରେ ଏମଏନଏଫର ଡକ୍ଟର ଆର. ଲାଲଥଙ୍ଗାଲିୟାନା ଆଗରେ ରହିଛନ୍ତି । ଜମ୍ମୁ କଶ୍ମୀରର ବଡ଼ଗାମ ଆସନରେ ନ୍ୟାସନାଲ କନଫରେନ୍ସର ସୈୟଦ ମହମୁଦ ଅଲ ମୋବାବୀ ଓ ନଗରୋଟା ଆସନରେ ବିଜେପିର ଦେବଯାନୀ ରାଣା ଆଗରେ ରହିଛନ୍ତି ।

