spot_img

Latest Posts

ତେଜସ୍ବୀ ଯାଦବଙ୍କ ଦୁର୍ଗତୀ କାହିଁକି ହେଲା, ଜାଣନ୍ତୁ ଏହା ପଛର ୫ଟି କାରଣ

୨୦୨୦ ନିର୍ବାଚନରେ ଆରଜେଡି ମାତ୍ର କିଛି ହଜାର ଭୋଟରେ ଏନଡିଏ ଠାରୁ ପଛରେ ରହିଯାଇଥିଲା । ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆରଜେଡି ଆଶା କରିଥିଲା । ମାତ୍ର ସବୁ କିଛି ଫସର ଫାଟିଗଲା । ମହାଗଠବନ୍ଧନ  ଏହି ନିର୍ବାଚନରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ଜଣାପଡ଼ୁଛି । ରାଜ୍ୟରେ ସରକାର ଗଠନ କରିବାକୁ ବାହାସ୍ଫୋଟ ମାରୁଥିବା ମହାଗଠବନ୍ଧନକୁ ଲାଗିଛି ଏକ ଶକ୍ତ ଝଟକା । ଅନ୍ୟପକ୍ଷରେ ଜେଡିୟୁ-ବିଜେପି ୧୮୫ଟି ଆସନରେ ମଜବୁତ ରହିଛି । ରୁଝାନା ଆସନରେ ନିଜେ ତେଜସ୍ବୀ ଯାଦବ ପଛରେ ରହିଛନ୍ତି । ବିହାର ଜନତା ମହାମେଣ୍ଟକୁ କେବଳ ହରାଇ ନାହାନ୍ତି, ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତେବେ କ’ଣ ପାଇଁ ତେଜସ୍ବୀଙ୍କ ମହାଗଠବନ୍ଧନ ଧରାଶାୟୀ ହେଲା, ଏହା ପଛରେ ଅନେକ କାରଣ ରହିଛି ।

୧- ୫୨ ଯାଦବ ପ୍ରାର୍ଥୀଙ୍କୁ ଟିକେଟ ଦେବା ଦଳ ପାଇଁ ଭୁଲ ପ୍ରମାଣିତ ହୋଇଥିଲା । ବିହାରରେ ୧୪ ପ୍ରତିଶତ ଯାଦବ ରହିଥିବା ବେଳେ ଏହା ଆରଜେଡିର କୋର ଭୋଟ ବ୍ୟାଙ୍କ । ରାଜ୍ୟରେ ଯାଦବ ରାଜର ଗନ୍ଧ ବାରିବା ପରେ ଜନତା ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ଅନ୍ୟପକ୍ଷରେ ବିଜେପି ’ଆରଜେଡିର ଯାଦବ ରାଜ’ର ପ୍ରଚାର କରିଥିଲା ।

୨- ତେଜସ୍ବୀ ନିଜର ସହଯୋଗୀ ଦଳ କଂଗ୍ରେସ, ବାମ ଦଳ ଓ ଛୋଟ ପାର୍ଟିଙ୍କୁ ଗୁରୁତ୍ବ ଦେଇନଥିଲେ । ଏହା ତାଙ୍କ ପାଇଁ ଭୁଲ ପ୍ରମାଣିତ ହୋଇଥିଲା । ସିଟ୍‌ ଶେୟାରିଂ ବିବାହ ଗଠବନ୍ଧନକୁ ଦୁର୍ବଳ କରିଥିଲା ।

୩- ତେଜସ୍ବୀ ଜନତାଙ୍କୁ ବହୁ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ତାହାର ଠୋସ ବ୍ଲୁ ପ୍ରିଣ୍ଟ ଦେଇ ପାରିନଥିଲେ । ପ୍ରତି ଘରକୁ ସରକାରୀ ଚାକିରିକୁ ନେଇ ସେ ନିଜେ ଜବାବ ଦେଇ ପାରିନଥିଲେ । ଏପରିକି ନିର୍ବାଚନ ସରିବା ପରେ ମଧ୍ୟ ଦେଇ ପାରିନଥିଲେ ।

୪- କିଛି ସ୍ଥାନରେ ଆରଜେଡିକୁ ଯାଦବ ଜାତିର ଭୋଟ ମିଳିନଥିଲା । କ୍ଷମତାକୁ ଆସିବା ପରେ ଓ୍ବାକଫ ବିଲ ଲାଗୁ ନ କରିବାର ପ୍ରତିଶ୍ରୁତି ଅନେକଙ୍କୁ ପସନ୍ଦ ଆସିନଥିଲା । ଓ୍ବାକଫ ବିଲକୁ ନେଇ ଲାଲୁ ଯାଦବ ସଂସଦରେ ଦେଇଥିବା ଭାଷଣକୁ ଖୁବ ଭାଇରାଲ କରି ଫାଇଦା ନେଇଥିଲା ବିଜେପି ।

୫- ତେଜସ୍ବୀ ଲାଲୁଙ୍କ ଉତ୍ତରାଧିକାରୀତ୍ବକୁ ଗ୍ରହଣ କରିଥିଲେ ହେଁ ତାଙ୍କର ଦୋହରୀ ନୀତି ଓଲଟା ପଡ଼ିଯାଇଥିଲା । ତେଜସ୍ବୀ ଲାଲୁଙ୍କ ପାପ ଲୁଚାଉଥିବା ଗୋପାଲଗଞ୍ଜ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ତେଜସ୍ବୀ ଲାଲୁଙ୍କ ସାମାଜିକ ନ୍ୟାୟ ଏଜେଣ୍ଡାକୁ ଗ୍ରହଣ କରିଥିଲେ, ମାତ୍ର ‘ଜଙ୍ଗଲ ରାଜ’ ଛବିକୁ ଡରି ଦୂରତ୍ବ ଅବଲମ୍ବନ କରିଥିଲେ । ପୋଷ୍ଟରରେ ଲାଲୁଙ୍କ ଫଟୋକୁ ଗୌଣ କରିଦିଆଯାଇଥିଲା ।

Latest Posts

Don't Miss