ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନ ସରୁ ସରୁ ବିହାର ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ୩ ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର.କେ. ସିଂଙ୍କୁ ବିଜେପିରୁ ୬ ବର୍ଷ ଲାଗି ଦଳରୁ କରାଯାଇଛି ବହିଷ୍କାର। ଏହାସହ ବିଧାନ ପରିଷଦ ସଦସ୍ୟ ଅଶୋକ ଅଗ୍ରୱାଲ ଓ କଟିହାର ମେୟର ଉଷା ଅଗ୍ରୱାଲଙ୍କୁ ବିଜେପିରୁ କରାଯାଇଛି ସସପେଣ୍ଡ। ନିର୍ବାଚନ ସମୟରେ ଆର କେ ସିଂହ ଦଳ ଲାଗି କ୍ଷତି ପହଞ୍ଚାଇବା ସହ ସର୍ବସାଧାରଣରେ ଦଳବିରୋଧୀ ମତ ଦେଇଥିଲେ। ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ଏକ ବଡ଼ ଦୁର୍ନୀତି ନେଇ ଅଭିଯୋଗ କରିବା ପରେ ଚର୍ଚ୍ଚାକୁ ଆସିଥିଲେ ସିଂ। ୨୦୧୭ରୁ ୨୦୨୪ ଯାଏ କେନ୍ଦ୍ର ଶକ୍ତିମନ୍ତ୍ରୀ ଥିବା ଆର.କେ. ସିଂ ଭାଗଲପୁରରେ ୨୪୦୦ ମେଗାୱାଟ ପ୍ରକଳ୍ପ ଏକ ଘରୋଇ କମ୍ପାନୀକୁ ଦେବା ନେଇ ଉଠାଇଥିଲେ ପ୍ରଶ୍ନ। ଏହି ପ୍ରକଳ୍ପ କ୍ଷେତ୍ରରେ ୬୦ରୁ ୬୨ ହଜାର କୋଟି ଟଙ୍କାର ସ୍କାମ ହୋଇଥିବା ସେ ଅଭିଯୋଗ କରିଥିଲେ। ଏହା ସହ ବିଦ୍ୟୁତ ୟୁନିଟ ପିଛା ୬ ଟଙ୍କା ଦରରେ କିଣିବା ନିଷ୍ପତ୍ତିକୁ ବି ସମାଲୋଚନା କରିଥିଲେ। ଏହାକୁ ନେଇ ନୀତୀଶ ସରକାରକୁ କାଠଗଡ଼ାକୁ ଟାଣିଥିଲେ କଂଗ୍ରେସ ଓ ବାମଦଳ।

