ନନ୍ଦିଘୋଷ ବ୍ୟୁରୋ : ପୋଲିସ SI ଚାକିରି ବିକ୍ରି ଜାଲିଆତିର ତଦନ୍ତ ପାଇଁ ବ୍ରହ୍ମପୁର ଯାଉଛି ସିବିଆଇ ଟିମ୍। ବ୍ରହ୍ମପୁର ଜେଲରେ ଅଭିଯୁକ୍ତଙ୍କୁ ପଚରା ଉଚରା କରୁବା ସମ୍ଭାବନା ରହିଛି। ପୂର୍ବରୁ ମାମଲାର ତଦନ୍ତ ନେଇ ସିବିଆଇ ସୁପାରିସ କରିଥିଲେ ରାଜ୍ୟ ସରକାର। ଆବେଦନକୁ କେନ୍ଦ୍ରର ମଂଜୁରୀ ପରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ପୂର୍ବରୁ ଘଟଣାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶଙ୍କର ପୃଷ୍ଟିକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଶଙ୍କରକୁ ରିମାଣ୍ଡରେ ଆଣି ତନାଘନା କରିଥିଲା କ୍ରାଇମବ୍ରାଞ୍ଚ। ସୂଚନା ଅନୁସାରେ ସିବିଆଇ ମୂଳରୁ ତଦନ୍ତ ଆରମ୍ଭ କରିବ। କ୍ରାଇମବ୍ରାଞ୍ଚରୁ ଏ ସଂପର୍କିତ ସମସ୍ତ କାଗଜପତ୍ର ନେଇ ପୁଣି ଥରେ ସିବିଆଇ ମୂଳରୁ ତଦନ୍ତ କରିବ ବୋଲି ଜଣାପଡ଼ିଛି। ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି, ସହଯୋଗୀ ମୁନା ମହାନ୍ତି, ସିଲିକନ ଟେକ ମାଲିକ ସୁରେଶ ନାୟକ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

