spot_img

Latest Posts

ବିହାର ସସପେନ୍ସ : ଆଜି ବସିବ ଏନଡିଏ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଜି ବିହାର ସସପେନ୍ସ ହେବ ସ୍ପଷ୍ଟ। ବସିବ ଏନଡିଏ ବୈଠକ। ଏହି ବୈଠକରେ ଏନଡିଏର ୨୦୨ ନବନିର୍ବାଚିତ ବିଧାୟକ ଯୋଗଦେବେ। ଏହା ସହ ଏନଡିଏ ପକ୍ଷରୁ ଘୋଷଣା ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ। ଏହି ବୈଠକରେ ବିଜେପି, ଜେଡିୟୁ, ଏଲଜେପି(ଆର), ହାମ ଓ ଆରଏଲଏମର ବିଧାୟକମାନେ ଯୋଗଦେବେ। ସମ୍ଭବତଃ ନୀତୀଶ କୁମାରଙ୍କୁ ପୁଣି ଥରେ ନେତା ନିର୍ବାଚିତ କରିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି। ସେପଟେ ବିଜେପିର ବି ବିଧାୟକ ଦଳ ବୈଠକ ବି ବସିବ। ଏଥିରେ ଦଳର ନେତା ନିର୍ବାଚନ କରାଯିବ। ବିଜେପି ବିଧାୟକ  ବୈଠକ ଲାଗି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତିଙ୍କୁ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି।…

ଆସନ୍ତାକାଲି ପାଟନା ଗାନ୍ଧୀ ମଇଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବି ସାମିଲ ହେବେ। ସେପଟେ କଣ ହେବ ବିହାରର ନୂଆ ମନ୍ତ୍ରିମଣ୍ଡଳର ରୂପରେଖ l ଏନେଇ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଛି ଅଙ୍କକଷା l ବିଶେଷ କରି ବାଚସ୍ପତି ପଦକୁ ନେଇ ଦୁଇ ଦଳ ଭିତରେ ଚାଲିଛି ଟଣାଓଟରା l ଏହା ସହ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ଲାଗି ବି ଚାଲିଛି ଶୀତଳ ଯୁଦ୍ଧ l ସବୁ କିଛି ସତ୍ତ୍ବେ ବିଜେପି ବାଚସ୍ପତି ପଦ ଲାଗି ଜୋର ଧରିଥିବାବେଳେ ନୀତୀଶ କୁମାର ବି ନିଜ ଜିଦରେ ଅଟଳ ଥିବା ସୂଚନା ମିଳିଛି l ଗତ ବିଧାନସଭାରେ ବିଜେପିର ନନ୍ଦ କିଶୋର ଯାଦବ ବାଚସ୍ପତି ଥିବାବେଳେ ଜେଡିୟୁର ନରେନ୍ଦ୍ର ନାରାୟଣ ଯାଦବ ଉପବାଚସ୍ପତି ଥିଲେ l ଏବେ ସେହି ଫର୍ମୂଲା ବଳବତ୍ତର ରହିବ ନା ଅନ୍ୟ କିଛି ହେବ ତାହାକୁ ନେଇ ସସପେନ୍ସ ଜାରି ରହିଛି l

Latest Posts

Don't Miss