ନନ୍ଦିଘୋଷ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ବଳୀୟାନ ହେବ ଭାରତ। ଆମେରିକାଠାରୁ ଭାରତ ପାଇବ ଜାଭେଲିନ ଆଣ୍ଟି ଟ୍ୟାଙ୍କ ମିସାଇଲ ଓ ଏକ୍ସକାଲିବର ଲକ୍ଷ୍ୟଭେଦୀ କମାଣ। ଏହି ପ୍ଯାକେଜରେ ରହିଛି ୧୦୦ଟି ଏଫଜିଏମ-୧୪୮ ଜାଭେଲିନ ମିସାଇଲ , ୨୫ଟି ହାଲୁକା କମାଣ୍ଡ ଲଞ୍ଚ ୟୁନିଟ, ୨୧୬ଟି ଏକ୍ସକାଲିବର ଆର୍ଟିଲେରୀ ରାଉଣ୍ଡ। ଏନେଇ ସୂଚନା ଦେଇଛି ଆମେରିକା ପ୍ରତିରକ୍ଷା ନିରାପତ୍ତା ସହଯୋଗୀ ସଂସ୍ଥା ବି ଡିଏସସିଏ। ଏହି ଅସ୍ତ୍ରଶସ୍ତ୍ର ଭାରତ ପାଇବା ପରେ ଏହାର ତଦାରଖ, ପ୍ରଶିକ୍ଷଣ ଆଦି କ୍ଷେତ୍ରରେ ଆମେରିକା ସହଯୋଗ କରିବ। ଏହି ସମସ୍ତ ଅସ୍ତ୍ରଶସ୍ତ୍ର ବାବଦରେ ୯୩ ନିୟୁତ ଡଲାର ଦେବ ଭାରତ। ବିଭିନ୍ନ ସାଞ୍ଜୁଆ ଟାର୍ଗେଟକୁ ହମଲା କରିବାରେ ସକ୍ଷମ ହୋଇଥାଏ ଜାଭେଲିନ ସିଷ୍ଟମ।

