ଶରଧାବାଲି ଦଳାଚକଟା ଘଟଣା: ପୁରୀ ଏସିଏଫଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ନନ୍ଦିଘୋଷ ବ୍ୟୁରୋ: ପୁରୀ ଶରଧାବାଲି ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏସିଏଫ୍ ଅଶୋକ କୁମାର ବେହେରାଙ୍କ ବିରୋଧରେ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଙ୍ଗଲ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଇଛି ।
ସେହିପରି ପୁରୀ ଏଡିଏମ ଶରତ ଚନ୍ଦ୍ର ମହାପାତ୍ରଙ୍କ ଭୂମିକାକୁ ନେଇ ବି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଏହାସହ ପୁରୀ ଡିଏସଏସଓ ବିଭୂତି ଭୂଷଣ ନାୟକ, ମୟୂରଭଞ୍ଜ ଅତିରିକ୍ତ ତହସିଲଦାର ରାଜ କିଶୋର ଜେନା, ଢେଙ୍କାନାଳର ଅତିରିକ୍ତ ତହସିଲଦାର ସୌଭାଗ୍ୟ କୁମାର ମହାନ୍ତି, ଢେଙ୍କାନାଳ ଡେପୁଟି କଲେକ୍ଟର ଦୟାନିଧି ପାତ୍ରଙ୍କ ବିରୋଧରେ କର୍ତ୍ତବ୍ୟରେ ଅବହେଳା ନେଇ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।

