spot_img

Latest Posts

ବର୍ଦ୍ଦିରେ ପୁଣି ଦାଗ ଲଗାଇଲା ହାବିଲଦାର: ଜମି ଦେବାକୁ କହି ୪୦ ଲକ୍ଷ ଚଳୁ

ବର୍ଦ୍ଦିରେ ପୁଣି ଦାଗ ଲଗାଇଲା ହାବିଲଦାର । ଜମି ଦେବାକୁ କହି ଟଙ୍କା ଚଳୁ । ଟଙ୍କା ମାଗିବାରୁ ଦେଖାଉଥିଲା ପୋଲିସ ଠାଣି । ଭଲକରି ଏହି କରିତକର୍ମା ଉପରେ ଥରେ ନଜର ପକାନ୍ତୁ । ସ୍ପେଶାଲ ସିକ୍ୟୁରୀଟି ବାଟାଲିୟନର ହାବିଲଦାର ଭାବେ କାମ କରୁଥିଲା । ନାଁ ସଚିତ୍ର ସେନାପତି । ଘର କଟକ ଜିଲ୍ଲା ବୟାଳିସ୍ ମୌଜା ଅନ୍ତର୍ଗତ ଧୁଳେଶ୍ୱର । ଏହି ବ୍ୟକ୍ତିକୁ ସହିଦନଗର ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । କାରଣ, ଖାକି ବର୍ଦ୍ଦି ପିନ୍ଧି ଶସ୍ତାରେ ଜମି କିଣାଇଦେବାକୁ କହି ଅଭିଯୁକ୍ତ ଜଣଙ୍କ ଠକିଛି ୪୦ ଲକ୍ଷ ଟଙ୍କା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠକେଇର ଶିକାର ହୋଇଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁରେନ୍ଦ୍ର ଚନ୍ଦ୍ର ବାହୁବଳେନ୍ଦ୍ର । ତ୍ରିଶୁଳିଆରେ ଏକ ଜମି ଦେଖିବା ପରେ ୨ ଟି କିସ୍ତିରେ ସୁରେନ୍ଦ୍ର ଅଭିଯୁକ୍ତ ଜଣଙ୍କୁ ଦେଇଥିଲେ ୨୦ ଲକ୍ଷ ଟଙ୍କା । ଆଉ ଜମି ବଦଳରେ ପାଇଥିଲେ ଜୀବନରୁ ମାରିଦେବାକୁ ଧମକ ।

ବାରମ୍ବାର ଟଙ୍କା ମାଗି ହତାଶ ହେବା ପରେ ସହିଦନଗର ଥାନାର ଦ୍ୱାରସ୍ଥ ହୋଇଥିଲେ ଏତଲାକାରୀ । ପରେ ତଦନ୍ତ ବେଳେ ସେ ଏକାଧିକ ଲୋକଙ୍କୁ ଠକିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏଏସ୍ ଏସ୍ ବି ଯବାନ ଭାବେ କାମ କରିବା ବେଳେ ପୂର୍ବରୁ ନିଲମ୍ବିତ ମଧ୍ୟ ହୋଇଥିଲେ ସଚିତ୍ର । କିଛିଦିନ ତଳେ ସେ ଭରତପୁର ଅଞ୍ଚଳରେ ପିସିଆର ରେ ମଧ୍ୟ ଡ୍ୟୁଟି କରୁଥିଲେ । ସେଠାରେ କାମ କରୁଥିବା ବେଳେ କେସ ଫୈସଲା ପାଇଁ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ପୂର୍ବରୁ ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ବିଭାଗୀୟ ତଦନ୍ତ ଏ ବାବୁଙ୍କ ବିରୋଧରେ ଚାଲିଥିଲା ।
ଯଦି ଏଭଳି ଆଉ କେହି ଠକେଇ ର ଶିକାର ହୋଇଥାନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରିବାକୁ ସୂଚନା ଦେଇଛନ୍ତି ଏସିପି ।

Latest Posts

Don't Miss