spot_img

Latest Posts

ସରକାରୀ କ୍ୱାର୍ଟରରେ ବେଆଇନ ନିର୍ମାଣ: ଭଡାରେ ଲାଗୁଛି ପରିସରରେ ନିର୍ମାଣ ଗୃହ

ସରକାରୀ କ୍ୱାର୍ଟରରେ ବେଆଇନ ନିର୍ମାଣ। ଭଡାରେ ଲାଗୁଛି ପରିସରରେ ନିର୍ମାଣ ଗୃହ । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ଟେକ୍ସଟ ବୁକ ପ୍ରଡ଼କସନ ଓ ମାର୍କେଟିଂ ର କ୍ୱାର୍ଟର ଗୁଡିକରେ ବେଆଇନ ନିର୍ମାଣ କରାଯାଉଥିବା ବଡ଼ ଅଭିଯୋଗ ହୋଇଛି । କ୍ୱାର୍ଟର ଗୁଡିକରେ କର୍ମଚାରୀ ମାନେ ବେଆଇନ ନିର୍ମାଣ କରିବା ସହ ଦୋକାନ ଘର ମଧ୍ୟ ନିର୍ମାଣ କରି ଭଡ଼ାରେ ଲଗାଇଥିବା ଅଭିଯୋଗ ହୋଇଛି । କିଛି କ୍ୱାଟରରେ କର୍ମଚାରୀ ମାନେ ଅଧା ଘରେ ରହି ଆଉ ଅଧା ଘର ଭଡ଼ାରେ ଲଗାଇଛନ୍ତି। ଭଡା ଆକାରରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ ହେଉଥିବା ବେଳେ ସିକ୍ୟୁରିଟି ଡିପୋଜିଟ ଭାବେ ମଧ୍ୟ ଲକ୍ଷାଧିକ ଟଙ୍କା ନିଆଯାଉଛି । ଏସବୁ କାର୍ଯ୍ୟରେ କାର୍ଯ୍ୟାଳୟର ଅଧିକାରୀଙ୍କ ସଂପୃକ୍ତିର ବଡ଼ ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

କେବଳ ଟେକ୍ସଟ ବୁକ ପ୍ରେସ କ୍ୱାର୍ଟର ନୁହେଁ ବରଂ ଅନ୍ୟାନ୍ୟ ସରକାରୀ କ୍ୱାର୍ଟରର ମଧ୍ୟ ସମାନ ଅବସ୍ଥା ବୋଲି ଅଭିଯୋଗ ହୋଇଛି। ବହୁ କ୍ୱାର୍ଟର ସରକାରୀ କର୍ମଚାରୀଙ୍କୁ ଆଲର୍ଟ ହୋଇଥିବା ବେଳେ ସେମାନେ ଏହାକୁ ଭଡାରେ ଲଗାଇଛନ୍ତି। ଏପରିକି କ୍ୱାଟର ପରିସରରେ ଥିବା ଫାଙ୍କା ସ୍ଥାନରେ ବେଆଇନ ନିର୍ମାଣ ହେବା ସହ ଆଖପାଖରେ ମଧ୍ୟ ବାହାର ଲୋକେ ଗୃହ ନିର୍ମାଣ କରି ଭଡା ଲଗାଉଥିବା ଅଭିଯୋଗ କରିଛି ସିଟିଜେନ୍ସ ଫୋରମ। ସେପଟେ ଟେକ୍ସଟ ବୁକ ପ୍ରେସ କ୍ବାର୍ଟରରେ ଯଦି ବେଆଇନ ଭାବେ କିଛି ନିର୍ମାଣ ହୋଇଥାଏ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶକ କହିଛନ୍ତି। ଏପରିକି କ୍ୱାଟର ସବୁ ପୁରୁଣା ହୋଇଯାଇ ଥିବାରୁ ନୂତନ ଭାବେ ମଲ୍ଟିଷ୍ଟୋରେଡ଼ ବିଲ୍ଡିଂ କରି କ୍ବାର୍ଟର କରିବାକୁ ବିଭାଗକୁ ଅବଗତ କରାଯାଇଥିବା କହିଛନ୍ତି ଟେକ୍ସଟ ବୁକ ପ୍ରେସ ନିର୍ଦେଶକ। ଏସବୁ କ୍ବାର୍ଟର ଗୁଡିକ ବେଆଇନ ଭାବେ ନିର୍ମାଣ ହେବା ସହ ସେଠାରେ ବେଆଇନ କାର୍ଯ୍ୟ ମଧ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କ ନିକଟରେ ଲିଖିତ ଭାବେ ଦାବି କରାଯାଇଛି।

Latest Posts

Don't Miss