ନନ୍ଦିଘୋଷ ବ୍ୟୁରୋ : ପାରିବାରିକ ବିବାଦରୁ ବାପା ଓ ମାଆଙ୍କୁ ହତ୍ୟା। କଟକ ଡବଲ ମର୍ଡର ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି। କଟକ ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ ବାପା ଓ ସାବତ ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପୁଅ। ବାପା ମାଆଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ କଲ୍ କରି କହିଲା ସବୁକଥା। କଟକ ଓଲ୍ଡ ଜେଲ୍ କଲୋନୀରେ ଦୀପକ କୁମାର ଦାସ ଓ ତାଙ୍କ ପତ୍ନୀ ରିତାରାଣୀ ଦାସ ରହିଆସୁଥିଲେ। ଜମିବାଡିକୁ ନେଇ ପୁଅ ଆଲୋକ କୁମାର ଦାସଙ୍କ ସହ ବିବାଦ ଲାଗି ରହିଥିଲା। ଆଉ ଏହି ବିବାଦ ଗତକାଲି ରାତିରେ ନେଇଥିଲା ଉଗ୍ରରୂପ। ଧାରୁଆ ଛୁରୀରେ ପ୍ରଥମେ ସାବତ ମାଆକୁ ହାଣି ହତ୍ୟା କରିବା ପରେ ବାପା ଯେତେବେଳେ ଆସି ପହଞ୍ଚିଥିଲେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରି ନୃଶଂସ ଭାବେ ହତ୍ୟା କରିଥିଲା। ଦୁଇ ମରଶରୀରକୁ ବ୍ୟବଚ୍ଛେଦ ପାଇଁ ଏସସିବି ମେଡିକାଲକୁ ପଠାଇଛି ପୋଲିସ। ହତ୍ୟାକାରୀ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏହାଛଡ଼ା ଅଭିଯୁକ୍ତଙ୍କ ଠାରୁ ତାଙ୍କ ବାପା କିଛି ଟଙ୍କା ନେଇଥିଲେ । ଯେଉଁଥିପାଇଁ ଏ ଅମାନବୀୟ ଘଟଣା ଘଟିଛି। ହତ୍ୟାରେ ବ୍ୟବହୃତ ଧାରୁଆ ଛୁରୀ ଜବତ୍ ହୋଇଛି। ଏହା ସମ୍ପୂର୍ଣ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ।ହତ୍ୟାକାଣ୍ଡରେ କେବଳ ପୁଅ ଆଲୋକ ଦାସ ଥିଲା ନା ଆଉ କାହାରି ହାତ ରହିଛି ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ।

