spot_img

Latest Posts

ଦିଲ୍ଲୀ କାର ବିସ୍ଫୋରଣ ଘଟଣା ; ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଥେରର ଭାଇ ମୁଜାଫର ରାଥେରକୁ ଧରିବା ଲାଗି ରେଡ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ କାର ବିସ୍ଫୋରଣ ଘଟଣା। ଗିରଫ ଡାକ୍ତର ଆଦିଲ ଅହମ୍ମଦ ରାଥେରର ଭାଇ ମୁଜାଫର ଅହମ୍ମଦ ରାଥେରକୁ ଧରିବା ଲାଗି ରେଡ। ମୁଜାଫର ବି ହ୍ବାଇଟ କୋଲାର ଟେରର ମଡ୍ୟୁଲରେ ସାମିଲ ଥିବା ଜଣାପଡିବା ପରେ ଜାମ୍ମୁ ଓ କାଶ୍ମୀର କାଜିଗଣ୍ଡ କୁଲଗାମରେ ରେଡ କରିଛି ଏସଆଇଏ ଓ ଜେକେପି। ମୁଜାଫର ଅହମ୍ମଦ ଜଣେ ଶିଶୁ ବିଭାଗ ଡାକ୍ତର ବୋଲି ସୂଚନା ମିଳିଛି। ସେ ଜୈସ ସଂଗଠନ ଲାଗି କାମ କରୁଥିଲା।ସେ ଆତଙ୍କ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଡଠାରୁ ଆରମ୍ଭ କରି ବିଭିନ୍ନ ସହଯୋଗ କରିଆସୁଥିଲା। ସେ ଟେଲିଗ୍ରାମ ଜରିଆରେ ଅନ୍ୟ ଆତଙ୍କୀଙ୍କ ସହ ସମ୍ପର୍କ ରକ୍ଷା କରିଆସୁଥିଲା। ଗତ ଅଗଷ୍ଟରେ ସେ ଦୁବାଇ ଚାଲିଯାଇ ସେଠାରୁ ଆଫଗାନିସ୍ତାନକୁ ଚାଲି ଯାଇଥିବା କୁହାଯାଉଛି। ତା ଘର ଦକ୍ଷିଣ କାଶ୍ମୀରର କାଜିଗଣ୍ଡ ଅଞ୍ଚଳରେ। ଜାମ୍ମୁ ଓ କାଶ୍ମୀର ପୋଲିସର ଷ୍ଟେଟ ଇନଭେଷ୍ଟିଗେସନ ଏଜେନ୍ସି ବା ଏସଆଇଏ ପକ୍ଷରୁ ଏହି ରେଡ ହୋଇଛି। ତା ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି ହୋଇଥିବାବେଳେ ତାର ନାଁକୁ ନ୍ୟାସନାଲ ମେଡିକାଲ କମିଶନରୁ ବାଦ୍ ଦିଆଯାଇଛି। କିଛି ଦିନ ତଳେ ତାର ଭାଇ ଡାକ୍ତର ଆଦିଲ ଅହମ୍ମଦ ରାଥେରକୁ ଉତ୍ତରପ୍ରଦେଶ ଶାହାରନପୁରରୁ ଗିରଫ କରାଯାଇସାରିଛି।

Latest Posts

Don't Miss