ନନ୍ଦିଘୋଷ ବ୍ୟୁରୋ : କଟକ ଦରଘାବଜାର ଓଲ୍ଡ ଜେଲ୍ କଲୋନୀରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ । ଟଙ୍କା ପାଇଁ ବାପା ଓ ସାବତ ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ପୁଅ । ହତ୍ୟା କରିବା ପରେ ସ୍ତ୍ରୀକୁ କଲ୍ କରି କହିଥିଲା ସବୁକଥା । ମୃତକ ହେଲେ ଦୀପକ କୁମାର ଦାସ ଓ ତାଙ୍କ ପତ୍ନୀ ରୀତାରାଣୀ । ଅଭିଯୁକ୍ତ ପୁଅ ଆଲୋକ ଦାସଙ୍କୁ ଗିରଫ କରିବା ସହ ହତ୍ଯାରେ ବ୍ଯବହୃତ ଛୁରୀ ଜବତ କରି ତଦନ୍ତ କରୁଛି ପୋଲିସ ।
ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ । ସମ୍ପତ୍ତି ପାଇଁ ବାପା ଓ ସାବତ ମାଆକୁ ନିର୍ମମ ହତ୍ଯା । ହତ୍ଯା ପରେ ସ୍ତ୍ରୀକୁ ଫୋନ କରି ଜଣାଇଲା ଅଭିଯୁକ୍ତ । ସାଇଣ୍ଟିଫ୍ ଟିମ ସହାୟତାରେ ପୋଲସର ତଦନ୍ତ । କଟକ ଦରଘା ବଜାର ଅଞ୍ଚଳ ଡବଲ ମର୍ଡର ଘଟଣାର ଫର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ଦରଘା ବଜାର ଓଲ୍ଡ ଜେଲ୍ କଲୋନୀର ଦୀପକ ଦାସ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ରୀତାରାଣୀଙ୍କୁ ବିବାହ କରିଥିଲେ । ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ ଓ ତାଙ୍କ ପତ୍ନୀ ତରୁଲତା ଅନ୍ଯତ୍ର ରହୁଥିଲେ । ବାପା ଓ ସାବତ ମାଆଙ୍କ ସହ ଆଲୋକଙ୍କ ଭଲ ସମ୍ପର୍କ ଥିଲା । କିଛିଦିନ ତଳେ ଆଲୋକଙ୍କ ଠାରୁ କିଛି ଟଙ୍କା ଧାର ଆଣିଥିଲେ ବାପା ଦୀପକ । ଏହାକୁ ପରିଶୋଧ କରି ନପାରିବାରୁ ଟେନସନରେ ଥିଲା ଆଲୋକ । ସେହି ୧୦ ଲକ୍ଷ ଟଙ୍କା ପାଇଁ ଶେଷରେ ବାପା ଓ ସାବତ ମାଆକୁ ହତ୍ଯା କରିଛି ବୋଲି କହିଛନ୍ତି ଅଭିଯୁକ୍ତ ଆଲୋକଙ୍କ ପତ୍ନୀ ।
ଏପରିକି ଘରକୁ ୩ ଚାରିଦିନ ହେଲା ଆସୁ ନଥିଲା । ତେବେ ଶୁକ୍ରବାର ରାତିରେ ଉଭୟଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ ଫୋନ କରି ଟେନସନ ଗଲା ବୋଲି ଜଣାଇଥିଲା । ଏସସିବି ରେ ମୃତ ଦମ୍ପତିଙ୍କ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ହତ୍ଯାକାରୀ ପୁଅ ଆଲୋକକୁ ଗିରଫ କରିବା ସହ ହତ୍ଯାକାଣ୍ଡରେ ବ୍ଯବହୃତ ଛୁରୀ ଜବତ କରିଛି ପୋଲିସ । ପୈତୃକ ସଂପତ୍ତିକୁ ନେଇ ପୂର୍ବରୁ ପରିବାରରେ ବାପା ଓ ସାବତ ମାଆଙ୍କ ସହ ବିବାଦ ଓ ଶତ୍ରୁତା ଥିଲା । ଏହାଛଡ଼ା ଧାର ଟଙ୍କା ପାଇଁ ଏହି ହତ୍ଯାକାଣ୍ଡ ଘଟିଥିବା କହିଛନ୍ତି କଟକ ଡିସିପି । ତେବେ ହତ୍ୟାକାଣ୍ଡରେ କେବଳ ପୁଅ ଆଲୋକ ଦାସ ଥିଲା ନା ଆଉ କାହାର ହାତ ଅଛି ଏନେଇ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ ।

