spot_img

Latest Posts

ମହିଳାଙ୍କ ସହ ଅନୈତିକ ସମ୍ପର୍କରୁ ବିଭତ୍ସ ହତ୍ୟା, ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ

ମହିଳାଙ୍କ ସହ ଅନୈତିକ ସମ୍ପର୍କରୁ ବିଭତ୍ସ ହତ୍ୟା, ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ

ନନ୍ଦିଘୋଷ ବ୍ୟୁରୋ: ବିହାରର ଦରଭଙ୍ଗାରୁ ଆସିଛି ଦୋହଲାଇ ଦେବା ଭଳି ଖବର । ଅନୈତିକ ସମ୍ପର୍କକୁ ନେଇ ଏଠାରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ସହ ତାଙ୍କ ଶରୀରରୁ ମୁଣ୍ଡ ଅଲଗା କରିଦିଆଯାଇଛି । ଯୁବକଙ୍କ ଶବ ମିଳିବା ପରେ ପରିବାର ଲୋକେ ଜଣେ ମହିଳା, ତାଙ୍କ ପତ୍ନୀ ଓ ୪ ଜଣ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହାସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଫାଶୀ ଦଣ୍ଡ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।

ମିଳିଥିବା ସୂଚନା ଅନୁସାରେ, ମୃତ ଯୁବକ ହେଲେ ୨୬ ବର୍ଷିୟ ଗୋଲୁ କୁମାର ସିଂ । ସେ ଏକ କୁକୁଡ଼ଶ ଫାର୍ମର ମାଲିକ । ନଭେମ୍ବର ୧୫ରୁ ଗୋଲୁ ନିଖୋଜ ଥିଲେ । ୫ ଦିନ ପରେ ୨୦ ତାରିଖରେ ପୋଲିସକୁ ତାଙ୍କ ଶରୀର ମିଳିଥିଲା । ଏହାର ପରଦିନ ଅର୍ଥାତ ୨୧ ତାରିଖରେ ଘଟଣା ସ୍ଥଳରୁ ୫୦ ମିଟର ଦୂରରୁ ତାଙ୍କ ମୁଣ୍ଡ ମିଳିଥିଲା ।

ମୃତ ଗୋଲୁଙ୍କ ଘର ସମସ୍ତିପୁର-ଦରଙ୍ଗା ସୀମାରେ ଥିବା କିଶନପୁର ବୈକୁଣ୍ଠ ଗାଁରେ । ହାୟାଘଶଟ ଥାନା ଅନ୍ତର୍ଗତ ଚକଓ୍ବା ଭରବାଡି ଗାଁରେ ସେ ଏକ କୁକୁଡ଼ା ଫାର୍ମ କରିଥିଲେ । ୧୫ ନଭେମ୍ବରରୁ ସେ କୁକୁଡା ଫାର୍ମରୁ ନିଖୋଜ ହୋଇଥିବା ନେଇ ୧୬ ତାରିଖରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।

ଭାଇ ଆଣିଲେ ହତ୍ୟା ଅଭିଯୋଗ

ଗୋଲୁଙ୍କ ଭାଇ ସଞ୍ଜୀତ କୁମାର ସିଂ କହିଛନ୍ତି, ଗୋଲୁଙ୍କର ଗାଁର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିଲା । ସେ ଅଭିଯୋଗ କରିଛନ୍ତି, ମହିଳା, ତାଙ୍କ ସ୍ବାମୀ ଓ ଅନ୍ୟ ୪ ଜଣ ଯୁବକ ମିଶି ଗୋଲୁଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସଞ୍ଜୀତ ଅଭିଯୋଗ କରିଛନ୍ତି, ମହିଳା ଜଣଙ୍କ ଗୋଲୁଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଅନଲାଇନ୍ ସପିଂ କରୁଥିଲେ । ସେ ଆହୁରି କହିଛନ୍ତି, କୁକୁଡ଼ା ଫର୍ମରୁ ଗୋଲୁ ଭଲ ରୋଜଗାର କରୁଥିବାରୁ ମହିଳା ଜଣଙ୍କ ତାଙ୍କୁ ଫସାଇଥିଲେ । ଅଭିଯୁକ୍ତମାନେ ଗୋଲୁଙ୍କୁ ଫାର୍ମଠାରୁ ଦୁଇ କିମି ଦୂରକୁ ନେଇ ସେଠାରେ ହତ୍ୟା କରିବା ପରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିବା ସେ କହିଛନ୍ତି ।

Latest Posts

Don't Miss