spot_img

Latest Posts

ରାଜନୈତିକ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହିଣ୍ଡଳ ଗାଁରେ ଗୋଷ୍ଠୀ ସଂଘର୍ଷ । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି l ଉଭୟ ଗୋଷ୍ଠୀ ଖଣ୍ଡା ଓ ବିଭିନ୍ନ ମରଣାସ୍ତ୍ରରେ ଅପରପକ୍ଷକୁ ଆକ୍ରମଣ କରିଥିଲେ । ଏଥିରେ ଉଭୟ ଗୋଷ୍ଠୀର ୪ରୁ ଉର୍ଦ୍ଧ୍ବ ଆହାତ ହୋଇଛନ୍ତି l ଗୋଟିଏ ଗୋଷ୍ଠୀର ଆହାତଙ୍କୁ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଆହାତ ମାନେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ତେବେ ଗତ ସାଧାରଣ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ତାହା ଉଗ୍ରରୂପ ନେଇଛି l

Latest Posts

Don't Miss