ସୁନାର ଦର ବୃଦ୍ଧି ଗତ କିଛି ବର୍ଷ ହେଲା ନିବେଶକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛି । ଗତ ୪-୫ ବର୍ଷର ଟ୍ରାକ ରେକର୍ଡ ଯଦି ଦେଖିବ, ତେବେ ସୁନାର ଦାମ ୧.୫୦ ଲକ୍ଷ ପାଖାପାଖି ପହଞ୍ଚି ସାରିଛି । ଏହାର ଦାମରେ ରେକର୍ଡ ବୃଦ୍ଧି ଏବେ ବି ଜାରି ରହିଛି । ଆଜି ଦିଲ୍ଲୀରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୧,୨୫,୯୯୦ ଟଙ୍କା ରହିଛି । ଗୋଟିଏ ଦିନରେ ସୁନା ଦର ୧୮୭୦ ଟଙ୍କା ବୃଦ୍ଧି ଘଟିଛି । ଏପରି ସ୍ଥିତିରେ ଏକ ପ୍ରଶ୍ନ ଉଠୁଛି ଆଗାମୀ ୪-୫ ବର୍ଷ ପାଇଁ ଯଦି ସୁନାରେ ନିବେଶ କରାଯିବ, ତେବେ ତାହା କେତେ ରିଟର୍ଣ୍ଣ ଦେବ ?
୨୦୦୦ରୁ ୨୦୨୫ ମଧ୍ୟରେ ସୁନାର ଟ୍ରାକ ରେକର୍ଡ ମୁତାବକ, ଏହି ଅବଧିରେ ଚକ୍ରବୃଦ୍ଧି ବାର୍ଷିକ ବୃଦଧି ଦର (CAGR) ୧୪ ପ୍ରତିଶତ ରହିଛି । ୨୫ ବର୍ଷ ମଧ୍ୟରେ କେବଳ ୨୦୧୩, ୨୦୧୫ ଓ ୨୦୨୧ରେ ସୁନା ନେଗେଟିଭ ରିଟର୍ଣ୍ଣ ଦେଇଥିଲା । ୨୦୦୦ରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛ ୪,୪୦୦ ଟଙ୍କା ରହିଥିଲା । ମାତ୍ର ଏବେ ତାହା ୧.୨୫ ଲକ୍ଷ ଟଙ୍କା ରହିଛି । ପ୍ରତିବର୍ଷ ସୁନାରେ ଆଭରେଜ ୨୫-୩୫ ପ୍ରତିଶତ ପାଖାପାଖି ରିଟର୍ଣ୍ଣ ଦେଉଛି । ଆଗାମୀ ଦିନରେ ମଧ୍ୟ ସୁନାରେ ବମ୍ପର ରିଟର୍ଣ୍ଣ ମିଳିବ । ୨୦୩୦ ବେଳକୁ ୧୦ ଗ୍ରାମ ସୁନା ଦର ୨.୫୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ । ଏପରିକି ୭-୭.୫୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ମଧ୍ୟ କିଛି ରିପୋର୍ଟରେ କୁହାଯାଇଛି ।

