ସାମାନ୍ୟ ବଚସାକୁ କେନ୍ଦ୍ର କରି ରକ୍ତର ହୋଲି ଖେଳିଲା ସମ୍ପର୍କୀୟ ଭାଇ । ଭାଇ ଓ ଭଉଣୀର କଳହ ମେଣ୍ଟାଇବାକୁ ଯାଇ ମଦ ନିଶାରେ ନିଜ ପିଉସୀ ପୁଅ ଭାଇକୁ ହତ୍ୟା କରିଛି ମାମୁ ପୁଅ ଭାଇ । ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡ଼େଙ୍ଗାର ନୂଆଗାଁରେ । ଏହି ହତ୍ୟା ଘଟଣା ସମ୍ପର୍କରେ ମୃତ ସଫସିଂ ଗଣ୍ଡଙ୍କ ଭାଇ ବିଜୟ ଗଣ୍ଡ ରାଇଘର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ରାଜେଶ ଗଣ୍ଡଙ୍କୁ ଅଟକ ରଖିଛି ପୋଲିସ । ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମ ସହ ରାଇଘର ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ କରୁଛନ୍ତି ।

