spot_img

Latest Posts

ବାଘମାରୀ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ଚିନ୍ତା ପ୍ରକଟ କଲେ ବିଜେଡି ସଭାପତି

ଖୋର୍ଦ୍ଧା ବାଘମାରୀ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଚିନ୍ତା ପ୍ରକଟ। ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟ ବିଦାରକ ବୋଲି କହିଛନ୍ତି ନବୀନ। ସେହିଭଳି ଭଦ୍ରକ ଅରଂଜିରେ ମା’ର ମୃତ୍ୟୁପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସଏଚଜି ମହିଳାମାନେ ନିସ୍ତୁକ ମାଡ଼ ମାରବା ପରି ଘଟଣା ସଭ୍ୟ ସମାଜରେ କଦାପି ଗ୍ରହଣନୀୟ ନୁହେଁ ବୋଲି କହଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ବିଜୁ ଜନତା ଦଳର ସରକାର ସମୟରେ ମିଶନ ଶକ୍ତି ଜରିଆରେ ମା ମାନେ ସଫଳତାର ସିଡି ଚଢୁଥିଲେ। ନିଜର ପରିଚୟ ସୃଷ୍ଟି କରୁଥିଲେ। ହେଲେ ବିଜେପି ସରକାରରେ ମାମାନେ ସବୁଠୁ ଅସୁରକ୍ଷିତ ହୋଇ ପଡିଛନ୍ତି। ବିକାଶ ଠପ ହୋଇଛି। ଦିନକୁ ଦିନ ଓଡ଼ିଶାରେ ମହିଳାମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ଓ ଦୁଷ୍କର୍ମ ପରି ଘଟଣା ସମସ୍ତଙ୍କୁ ବିଚଳିତ କରିଦେଉଛି। ସରକାର ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

Latest Posts

Don't Miss