spot_img

Latest Posts

ଅପରାଧ କଲେ ଆଉ ତ୍ରାହି ନାହିଁ: ଗର୍ଜୁଛି ଓଡ଼ିଶା ପୋଲିସର ବନ୍ଧୁକ

ଅପରାଧ କଲେ ଆଉ ତ୍ରାହି ନାହିଁ । ଗର୍ଜୁଛି ଓଡ଼ିଶା ପୋଲିସର ବନ୍ଧୁକ । ଗୁଳିର ଜବାବ ଗୁଳିରେ ଦେଉଛି ପୋଲିସ । ସୁନ୍ଦରଗଡ଼ ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ୩ ଡକାୟତ ଆହତ । ୮ ଜଣଙ୍କୁ କାବୁ କଲା ପୋଲିସ । ବନ୍ଧୁକ, ଗୁଳି, ବାଇକ, ସ୍କର୍ପିଓ ଜବତ । ଜିଲ୍ଲାର ଲହୁଣୀପଡ଼ା ଓ ଚାନ୍ଦିପୋଷ ନିକଟରେ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ପୋଲିସକୁ ଦେଖି ଖସିଯିବାକୁ ଉଦ୍ଯମ କରିବା ସହ ଗୁଳି ଚଳାଇଥିଲେ ଅପରାଧୀ । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ମଧ୍ଯ ପାଲଟା ଗୁଳି ଚାଳନା କରାଯାଇଥିଲା । ପୋଲିସ ଗୁଳିରେ ୩ ଡକାୟତ ଝାଡ଼ଖଣ୍ଡର ଚଣ୍ଡେ ନାୟକ, ପାରସ ରାମ ଓ ସୁନ୍ଦରଗଡ଼ ଜିଲ୍ଲା ରକ୍ସି ଅଞ୍ଚଳର ରାଜେଶ ସିଂ ଆହତ ହୋଇଥିବାବେଳେ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରାଯାଇଛି । ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ମାନଙ୍କ ନିକଟରୁ ୩ ଵନ୍ଧୁକ, ୫ ଟି ଗୁଳି, ଦୁଇଟି ବାଇକ, ଗୋଟିଏ ସ୍କର୍ପିଓ ଓ ୮୦ ହଜାର ଟଙ୍କା ଜବତ କରାଯାଇଛି ।

ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ରେଙ୍ଗଲବେଡା, କୋଇଡା ମାର୍କେଟ, ବରସୁଆରେ ଓ ବାଙ୍କୋ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା କହିଛି ପୋଲିସ । ଏହାସହ ଓଡିଶା ଓ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ହତ୍ୟା, ଡ଼କାୟତି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଦୀର୍ଘଦିନ ହେଲା ପୋଲିସ ସ୍କାନରରେ ଥିଲେ ଏହି ୩ ଡକାୟତ । ଆହତ ଡକାୟତଙ୍କ ଗୋଡରେ ଗୁଳିମାଡ଼ ହୋଇଥିବା ବେଳେ ରାଉରକେଲା ସରକାରୀ ଡାକ୍ତରଖାନାରେ କଡା ପୋଲିସ ସୁରକ୍ଷା ବଳୟରେ ଚାଲିଛି ଚିକିତ୍ସା ।

Latest Posts

Don't Miss