spot_img

Latest Posts

ଯୁକ୍ତ ଦୁଇ ଫର୍ମ ଫିଲ୍ ଅପ୍ ଅବଧି ବୃଦ୍ଧି କରିପାରନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଯୁକ୍ତ ଦୁଇ ଫର୍ମ ଫିଲ୍ ଅପ୍ ଅବଧି ବୃଦ୍ଧି କରିପାରନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଗତ ନଭେମ୍ବର ୨୧ ତାରିଖରେ ସରିଛି ଆବେଦନ। କିନ୍ତୁ ୩ଟି କଲେଜରେ କିଛି ପିଲା ଫର୍ମ ଫିଲ ଅପ କରି ନ ଥିବା ଖବର ଆସିଛି। ଆଉ ଥରେ ଫର୍ମ ଫିଲ ଅପ କରିବା ପାଇଁ ସେମାନଙ୍କୁ କୁହାଯାଇଛି। ଏଥିପାଇଁ ଇ-ମେଲ ଜରିଆରେ ଆବେଦନ କରିବାକୁ କୁହାଯାଇଛି। ଆବେଦନ ଆସିବା ପରେ ଫର୍ମ ଫିଲ ଅପ ପାଇଁ ଦିନେ ସମୟ ମିଳିବ। ଆହୁରି ଦୁଇ ଦିନ ଭିତରେ ଏହି କାମ ସାରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏ ଯାଏଁ ସମୁଦାୟ ୩ ଲକ୍ଷ ୯୮ ହଜାର ୫୮୨ ଛାତ୍ରଛାତ୍ରୀ ଫର୍ମ ଫିଲ ଅପ କରିଛନ୍ତି। ସେମାନଙ୍କ ମଧ୍ୟରୁ ରେଗୁଲାର ହେଉଛନ୍ତି ୩ ଲକ୍ଷ ୭୩ ହଜାର ୯୧୦ ଜଣ ଓ ୨୪ ହଜାର ୬୭୨ ଜଣ ଏକ୍ସ-ରେଗୁଲାର। କଳାରେ ୨ ଲକ୍ଷ ୫୪ ହଜାର ୩୨୬ ଜଣ, ବାଣିଜ୍ୟରେ ୨୪ ହଜାର ୩୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୧ ଓ ଧନ୍ଦାମୂଳକରେ ୫ ହଜାର ୮୮୭ ଜଣ ଫର୍ମ ଫିଲ ଅପ କରିଛନ୍ତି। ଚଳିତ ବର୍ଷ ସବୁ ଖାତା ଅନଲାଇନ ମୂଲ୍ୟାୟନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ଖାତା ଅନଲାଇନ ମୂଲ୍ୟାୟନ ହେଉଥିଲା। ଚଳିତ ବର୍ଷରୁ କଳା ଓ ଧନ୍ଦାମୂଳକ ଖାତା ବି ଅନଲାଇନରେ ମୂଲ୍ୟାୟନ ହୋଇପାରେ। ଯୁକ୍ତ ଦୁଇ ପରୀକ୍ଷା ପାଇଁ ଡିସେମ୍ବର ୧୫ରେ ମିଳିବ ଆଡମିଟ କାର୍ଡ ।

Latest Posts

Don't Miss