spot_img

Latest Posts

ମୌଳିକ ସୁବିଧାରୁ ବଞ୍ଚିତ ଲୋକେ: ନା ଗାଁକୁ ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ

ବିକାଶ ଏଠି ଅପହଞ୍ଚ । ନା ପହଞ୍ଚିଛି ରାସ୍ତା ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ । ମୌଳିକ ସୁବିଧାରୁ ବଞ୍ଚିତ ଗଞ୍ଜାମ ଧରାକୋଟ ବ୍ଲକ ନାକତିରି ଗ୍ରାମବାସୀ । ଏଠାରେ ମୋଟ ୩୦ଟି ପରିବାର ବସବାସ କରନ୍ତି । ଏହି ଗ୍ରାମକୁ ଯିବାକୁ ପାଞ୍ଚରୁ ସାତ କିଲୋମିଟର ଏକ ପାଦ ଚଲା ରାସ୍ତା l ଗାଁର ଚିତ୍ର ଦେଖିଲେ ବୁଝିହେଉଛି ଏଠି ମଣିଷ କିଭଳି ଅଭିଶପ୍ତ ଜୀବନ କଟାଉଛି । କାହାର ସ୍ବାସ୍ଥ୍ୟ ଗୁରୁତର ହେଲେ ଲୋକେ ଖଟିଆରେ ବୋହିଥାନ୍ତି । ରାସ୍ତା ନଥିବାରୁ ପହଞ୍ଚିପାରେନି ଆମ୍ବୁଲାନ୍ସ । ବହୁ ସମୟରେ ଚିକିତ୍ସାଳୟ ଯିବା ପୂର୍ବରୁ ରାସ୍ତାରେ ହିଁ ଜୀବନ ହାରିଥାନ୍ତି ଲୋକେ। ଗର୍ଭବତୀଙ୍କୁ ମେଡିକାଲ ନେବାରେ ସମ୍ଭବ ହେଉ ନଥିବାରୁ ଅନେକ ସମୟରେ ମା ଓ ଛୁଆ ମୃତ୍ୟୁବରଣ କରିଥାନ୍ତି । ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ଗାଁ। ମୋବାଇଲ ନେଟୱର୍କ ନଥିବାରୁ କାହା ସହ ଯୋଗାଯୋଗ କରି ପାରନ୍ତି ନାହିଁ ଲୋକେ।

ପାଣି ପାଇଁ ନିଇତି ସଂଘର୍ଷ କରନ୍ତି ନାକତିରି ବାସିନ୍ଦା। ବର୍ଷ ବର୍ଷ ଧରି ଝରଣାର ଅପରିଷ୍କାର ପାଣିକୁ ବ୍ୟବହାର କରନ୍ତି । ଗାଁ ରୁ ଆଠ କିଲୋମିଟର ଏକ ଝରଣାର ପାଣିକୁ ପାଇପ ପକାଇ କୁଣ୍ଡରେ ରଖିଥାନ୍ତି। ସେହି କୁଣ୍ଡରୁ ବାଣ୍ଟି କୁଣ୍ଟି ପାଣି ନିଏ ପୂରା ଗାଁ। ଅପରିଷ୍କାର ପାଣି ପିଇ ଲୋକେ ନାନା ରୋଗର ଶିକାର ହେଉଛନ୍ତି। । ଏମାନେ ସତେ ଯେପରି ନିର୍ବାସିତ। ସରକାରୀ ଭତ୍ତା ହେଉ କି ଚାଉଳ ବଣ ପାହାଡ଼ ଡେଇଁ ସାଆବା ପଞ୍ଚାୟତକୁ ଯିବାକୁ ହୁଏ। ମୌଳିକ ସମସ୍ୟା ନେଇ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା କେହି ଶୁଣୁନଥିବା ଅଭିଯୋଗ ହୋଇଛି। ସେପଟେ ଏ ନେଇ ସ୍ଥାନୀୟ ବିଧାୟକଙ୍କ ଦୁଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି।

Latest Posts

Don't Miss