ଅନୁଗୋଳ ପାତ୍ରପଡା ଗାଁରେ ପୂଜା ପାଉଛନ୍ତି ମା’ ବାୟାଣୀ l ପ୍ରାକୃତିକ ପରିବେଶ ଓ ମାଙ୍କର ମହିମା ପର୍ଯ୍ୟଟକଙ୍କୁ ପୀଠ ସ୍ଥଳକୁ ଆକୃଷ୍ଟ କରିଥାଏ l ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଝରଣାର ମଜା ନେଇଥାନ୍ତି ପର୍ଯ୍ୟଟକ। ପରିବାର ଲୋକଙ୍କୁ ନେଇ ଶହ ଶହ ପିକନିକ ପାର୍ଟି ଏଠାରେ ବଣଭୋଜି କରିଥାନ୍ତି। ଜଗନ୍ନାଥ ମନ୍ଦିର, ମଠ, ବାଘଦରି ଗୁମ୍ପା, କୁତ୍ରିମ ଜଳ ପ୍ରପାତ ସହିତ ଫୁଲ ବଗିଚା ଓ ଶିଶୁ ଉଦ୍ୟାନରେ କିଛି ସମୟ ବିତାଇବା ପାଇଁ ପର୍ଯ୍ୟଟକ ଛୁଟିଆସନ୍ତି ଏଠାକୁ। ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମେତ ବହୁ ଛୋଟବଡ ବ୍ୟବସାୟୀ ଭଲ ରୋଜଗାର ଆଶାରେ ପସରାଇ ମଲାଇଥାନ୍ତି।
ଦଶହରା ଠାରୁ ମାଙ୍କ ବାର୍ଷିକ ଯାତ୍ରା ପାଇଁ ପ୍ରତ୍ୟକ ଦିନ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ମା ବାୟାଣୀ ପୀଠ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ବେଳେ ବ୍ଲକ ପ୍ରଶାସନ ଓ ଗ୍ରାମବାସୀଙ୍କ ଉଦ୍ୟମରେ ପୀଠର ବିକାଶ କାର୍ଯ୍ୟ ଜାରି ରହିଛି l ଭିଡ଼କୁ ଦୃଷ୍ଟିରେ ରଖି ବାଗଡ଼ିଆ ଥାନା ଓ ଗ୍ରାମବାସୀଙ୍କ ପକ୍ଷରୁ ସ୍ବେଚ୍ଛାସେବୀ ମୁତୟନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ପର୍ଯ୍ୟଟକ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି l ପର୍ଯ୍ୟଟକଙ୍କ ଭିଡ଼ଙ୍କୁ ଦୁଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଓସାରିଆ ରାସ୍ତା, ଶୌଚାଳୟ, ପାର୍କିଂ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ପର୍ଯ୍ୟଟକ।

