ନ୍ୟୁଜିଲାଣ୍ଡ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତର ଶୋଚନୀୟ ପରାଜୟ, ଟିମ୍ ଇଣ୍ଡିଆ ହେଡ କୋଚ୍ ଗୌତମ ଗମ୍ଭୀର ଦେବେ ଇସ୍ତଫା !
ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ୦-୩ରେ ପରାଜୟ । ଆଉ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୦-୨ରେ ସିରିଜ ପରାଜୟ । ଆଉ ଦୁଇଟଇ ଯାକ ସିରିଜରେ ମୁଖ୍ୟ କୋଚ୍ ହେଉଛନ୍ତି ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟ ଟିମର ଏମିତି ଶୋଚନୀୟ ପରାଜୟ ପାଇଁ ଗୌତମ ଗମ୍ଭୀରଙ୍କୁ ଦାୟୀ କରାଯିବା ସହ ତାଙ୍କ ଇସ୍ତଫା ଦାବି ଜୋର ଧରିଛି । ଆଉ ଏହାରି ଭିତରେ ଗମ୍ଭୀରଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି, ସେ ନିଜେ କୌଣସି ନିଷ୍ପତ୍ତି ନେବେ ନାହିଁ । ଯାହା ନିଷ୍ପତ୍ତି ନେବ ବିସିସିଆଇ ନେବ । ନିଜ ପ୍ରତିକ୍ରିୟା ଦେବା ବେଳେ ସେ ଏ ମଧ୍ୟ ମନେ ପକାଇ ଦେଇଛନ୍ତି ଯେ, ତାଙ୍କ ସମୟରେ ହିଁ ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିଛି ।
ଅନିଶ୍ଚିତତାରେ କୋଚିଂ ଭବିଷ୍ୟତ
ଦକ୍ଷିଣ ଆପ୍ରିକା ବପକ୍ଷରେ ପରାଜୟ ପରେ ଗୌତମ ଗମ୍ଭୀର ପ୍ରେସ କନଫରେନ୍ସକୁ ଆସିଥିଲେ । ଯେଉଁଠି ତାଙ୍କୁ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା । ପରାଜୟ ପାଇଁ ପୂରା ଟିମକୁ ଗମ୍ଭୀର ଦାୟୀ କରିବା ସହ ଏହା ତାଙ୍କ ପାଖରୁ ଆରମ୍ଭ ହୋଇଥିବା କହିଥିଲେ । କୋଚିଂ ଭବିଷ୍ୟତକୁ ନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ସେ ବିସିସିଆଇ ଆଡ଼କୁ ଠେଲି ଦେବା ସହ ନିଜ କାର୍ଯ୍ୟକଳା ଶେଷ କରିବା ନେଇ ସଙ୍କେତ ଦେଇଥିଲେ । ସେ କହିଥିଲେ, ଏହାର ନିଷ୍ପତ୍ତି ବିସିସିଆଇ ନେବ । ମୁଁ କୋଚ୍ ହେବା ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଥିଲି, ମୁଁ ଗୁରୁତ୍ବପୂର୍ଣ୍ଣ ନୁହେଁ । ଭାରତୀୟ କ୍ରିକେଟ ଗୁରୁତ୍ବପୂର୍ଣ୍ଣ । ଏ କଥା ଭୁଲିବା ଉଚିତ ନୁହେଁ ମୁଁ ସେହି ବ୍ୟକ୍ତି, ଯିଏ କୋଚିଂରେ ଭାରତୀୟ ଟଇମ୍ ଇଂଲଣ୍ଡରେ ଟେଷ୍ଟ ସିରିଜ ଡ୍ର କରିଥିଲା । ଆଉ ଚାମ୍ପିନ୍ସ ଟ୍ରଫି ଓ ଏସିଆ କବ୍ ବି ଜିତିଥିଲା ।
ଆଗକୁ ସେ କହିଥିଲେ, ଟିମ୍ ଇଣ୍ଡିଆ ପରିବର୍ତ୍ତନର ଦିଗରେ ଗତି କରୁଛି ଓ ବର୍ତ୍ତମାନର ଟିମରେ ଅନୁଭବର ଅଭାବ ରହିଛି । ଏହାସହ ସେ ଖୋଲାଖୋଲି କହିଥିଲା, ଯଦି ଏହି ଫର୍ମାଟରେ ଏକ ନମ୍ବର ଟିମ୍ ହୋଇ ରହିବାର ଅଛି, ତେବେ ଟେଷ୍ଟ କ୍ରିକେଟକୁ ପ୍ରାଥମିକତା ଦେବାକୁ ପଡ଼ିବ । ଆମକୁ ଭଲ ଖେଳିବାକୁ ପଡ଼ିବ । ୯୫/୧ରୁ ହଠାତ ୧୨୨/୭ ସ୍କୋରକୁ କେବେ ସ୍ବୀକାର କରାଯାଇପାରିବ ନାହିଁ । ଆପଣ କୌଣସି ଜଣେ ଖେଳାଳି କି କୌଣସି ଗୋଟିଏ ସଟକୁ ଦୋଷ ଦେଇ ପାରିବେ ନାହିଁ । ମୁଁ କେବେ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଦୋଷ ଦେଇନାହିଁ କି ଆଗକୁ ଦେବି ନାହିଁ ।
ଗତ ଏକ ବର୍ଷରେ ଟିମ୍ ଇଣ୍ଡିଆ ରେକର୍ଡ
ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ହାରିଥିବା ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ୟିକା ବିପକ୍ଷରେ ୦-୨ରେ ସିରିଜି ହାରିଛି । କୋଲକାତା ଟେଷ୍ଟରେ ୩୦ ରନରେ ହାରିଥିବା ଟିମ୍ ଇଣ୍ଡିଆକୁ ଗୌହାଟି ଟେଷ୍ଟରେ ୪୦୮ ରନରେ ଅବିଶ୍ବାସନୀୟ ପରାଜୟ ମିଳିଛି । ଗତ ଏକ ବର୍ଷ ହେବଭାରତୀୟ କ୍ରିକେଟ୍ ଟିମର ତିନୋଟି ଯାକ ଫର୍ମାଟର କୋଚ୍ ଅଛନ୍ତି ଗମ୍ଭୀର । ଆଉ ତାଙ୍କ କୋଚିଂରେ ଭାରତୀୟ ଟିମ୍ ଘରୋଇ ମାଟିରେ ୯ଟି ମ୍ୟାଚରୁ ୫ଟି ପରାଜିତ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯେଉଁ ୪ଟି ବିଜୟ ମିଳିଛି ତାହା ବାଂଲାଦେଶ ଓ ଓ୍ବେଷ୍ଟଇଣ୍ଡିଜ ପରି ଦୁର୍ବଳ ଟିମ୍ ବିପକ୍ଷରେ ମିଳିଛି ।

