ନନ୍ଦିଘୋଷ ବ୍ୟୁରୋ : ପ୍ରେମ ପାଇଁ ଆମେରିକା ଛାଡ଼ି ଓଡ଼ିଆ ଝିଅ ପୂଜା ଓଡ଼ିଶା ଫେରି ଆସିବା ଘଟଣାରେ ନୂଆ ମୋଡ଼। ପୂଜା ଓରଫ୍ ସୈଜଲର ବୟଫ୍ରେଣ୍ଡ ଅମରକୁ ଟେକି ନେଇଛି ବାଲେଶ୍ଵର ପୋଲିସ। ଆମେରିକାରୁ ଫେରିବା ପରେ ପୂଜାଙ୍କୁ ବାଲେଶ୍ଵର ନାରୀଶକ୍ତି ଗୃହରେ ରଖାଯାଇଛି। ତାଙ୍କୁ ଆଜି ଦେଖା କରିବାକୁ ଆସିଥିଲେ ଅମର। ଅଭିଯୋଗ ଅନୁସାରେ ନାରୀ ଶକ୍ତି ସଦନରେ ପ୍ରବେଶ କରିବାକୁ ବଳପୂର୍ବକ ସେ ଚେଷ୍ଟା କରିଥିଲେ। ଏହାକୁ ନେଇ ପୋଲିସକୁ ଖବର ଦେଇଥିଲେ କର୍ତ୍ତୃପକ୍ଷ। ଏହା ପରେ ସହଦେବଖୁଣ୍ଟା ପୋଲିସ ଆସି ଅମରଙ୍କୁ ଟେକି ନେଇଛି। କାଉନସେଲିଂ ସମୟରେ ଆମେରିକାରେ ଥିବା ପୂଜାଙ୍କ ବାପା ମାଆଙ୍କୁ ଅମର କୋଟିଏ ଟଙ୍କା ମାଗିଥିବା ଜଣାପଡ଼ିଛି। ସହଦେବଖୁଣ୍ଟା ପୋଲିସ ଅମରର ମୋବାଇଲକୁ ଜବତ କରି ତାକୁ ଅଟକ କରି ଅଧିକ ପଚରା ଉଚୁରା କରୁଛି।

