ଭଦ୍ରକରେ ମା ନେଇଥିଲା ଏସଏଚଜି ଋଣ। କିସ୍ତି ଖିଲାପ ଯୋଗୁ ଝିଅ ମାଡ ଖାଇ ଲହୁଲୁହାଣ, ମହିଳା ସଶକ୍ତିକରଣ ରେ ଏକଦା ସଫଳ ଓଡ଼ିଶାର ଏବେକାର ଏକ ଉଦାହରଣ, ଶୀର୍ଷକ ମୁଲତବୀ ନୋଟିସ୍ ବିଜେଡ଼ି ପକ୍ଷରୁ ଦିଆଯାଇଥିଲା। ଯେଉଁଥିରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଭାଗ ନେଇ କହିଛନ୍ତି, ବିଭିନ୍ନ ଗଣମାଧ୍ୟମରେ ଝିଅ ମନ୍ତବ୍ୟ ଦେଇଛନ୍ତି। ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରିଥିଲେ ଆଉ ପିନ୍ଧି ଥିବା ଡ୍ରେସ୍ କୁ ଛିଣ୍ଡାଇ ଦେଇଥିଲେ। ମା ର ମୃତ୍ୟୁ ପରେ ଝିଅ 3 ମାସ ସୁଝି ଥିଲା। କିନ୍ତୁ ପରେ ଝିଅଟି ଜାଣିବାକୁ ପାଇଥିଲା ଯେ ରୁଣ ଗ୍ରହିତାଙ୍କ ମୃତ୍ୟୁ ପରେ ବାକି ଥିବା କିସ୍ତି insurance ରୁ କଭର ହେବ । ଯେଉଁଥିପାଇଁ ସେ ଆଉ କିସ୍ତି ସୁଝି ନଥିଲା। ଦ୍ରୌପଦୀ ଭଳି ଅତ୍ୟାଚାର କରାଗଲା ଝିଅଟି ଉପରେ । ଏହା ସଭ୍ୟ ସମାଜ ପାଇଁ ଗ୍ରହଣୀୟ ନୂହେଁ । ତେଣୁ ଉପମୁଖ୍ୟମନ୍ତ୍ରୀ ଘଟଣା ଉପରେ ଗୋଟିଏ କମିଟି କରି ତଦନ୍ତ କରନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ସେହିପରି କଂଗ୍ରେସ ବାସୁଦେବପୁର ବିଧାୟକ ଅଶୋକ ଦାସ ଆଲୋଚନା ରେ ଭାଗ ନେଇ କହିଛନ୍ତି, ମନୋରମାଙ୍କ ପକ୍ଷାଘାତରେ ମୃତ୍ୟୁ ହେଲା। ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଝିଅ ଦୁର୍ଦ୍ଦଶାର ଶିକାର ହେଲେ। ଉପମୁଖ୍ୟମନ୍ତ୍ରୀ କହିଲେ ଏସଏଚଜି ଋଣ ବାବଦରେ ସରକାରଙ୍କ କୌଣସି ଭୂମିକା ନାହିଁ । ତେଣୁ ଏସଏଚଜି ହେଉଛି ତେବେ ଋଣ ଶୁଝିବା ନେଇ ମଧ୍ଯ ନିୟମ ରହୁ। ଯେଉଁ ଋଣ ଏସଏଚଜି ମାଧ୍ୟମରେ ଦିଆଯାଉଛି ସେ ଋଣ ପରିଶୋଧ ପାଇଁ କୋହଳ ନିୟମ ରହୁ । ବହୁ ଘରୋଇ ବ୍ୟାଙ୍କ ଏସଏଚଜିକୁ ଋଣ ଦେଇ ଜୋର୍ ଜବରଦସ୍ତି ଆଦାୟ କରୁଛନ୍ତି। ଏଥିପ୍ରତି ସରକାର ବିଚାର କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ରାଜ୍ୟ ସରକାର ମହିଳା ସଶକ୍ତିକରଣ ପାଇଁ ପଦକ୍ଷେପ ନେଉଛନ୍ତି । ଭଦ୍ରକର ମନୋରମା ମହାପାତ୍ର ଏସଏଚଜି ରୁ ୭୦ ହଜାର ଟଙ୍କା ଋଣ ନେଇଥିଲେ । କେବଳ ୧୮ ହଜାର ଟଙ୍କା ଫେରାଇବା ପରେ ତାଙ୍କର ମୃତ୍ୟୁ ହେଲା । ଏହାପରେ ତାଙ୍କ ଝିଅ ମୋନାଲିସା ମହାପାତ୍ର ଋଣ ସୁଝିବାକୁ ଏସଏଚଜି ପକ୍ଷରୁ ନେଇ ଚାପ ପକାଯିବା ଓ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏସଏଚଜିର ଆଭ୍ୟନ୍ତରୀଣ ଋଣ ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର । ଏହା ସରକାରଙ୍କ ପରିଧିକୁ ଆସୁନାହିଁ । କିନ୍ତୁ ଘଟଣାଟି ସରକାରଙ୍କ ଦୃଷ୍ଟିକୁ ଆସିଛି । ଥାନାରେ ଅଭିଯୋଗ ହୋଇଅଛି । ତଦନ୍ତ ଚାଲିଛି । ମନୋରମା ଓ ଝିଅ ମୋନାଲିସା ଉଭୟ ସୁଭଦ୍ରା ଯୋଜନାରେ ସାମିଲ ହୋଇ କିସ୍ତି ପାଇଛନ୍ତି । ବିରୋଧୀଙ୍କ ମୁଲତବୀ ନୋଟିସ୍ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

