spot_img

Latest Posts

ପ୍ରେମିକାକୁ ହତ୍ୟା କରିଥିବା ପ୍ରେମିକର ପୋଲିସ ଆଗରେ ଚାଲିଗଲା ଜୀବନ

ନନ୍ଦିଘୋଷ ବ୍ୟୁରୋ: ଗୁଜୁରାଟର ସୌରାଷ୍ଟ୍ରରେ ଲିଭ୍ ଇନ୍ ରିଲେସନସିପରେ ରହିଥିବାବେଳେ ପ୍ରେମିକାକୁ ହତ୍ୟା କରିଥିଲେ । ପୋଲିସ ତାଙ୍କୁ ଗିରଫ କରି ରଖିଥିବାବେଳେ ଏବେ ତାଙ୍କର ହୃଦଘାତରେ ଜୀବନ ଯାଇଛି । ମୃତକ ଜଣକ ହେଲେ ନରେନ୍ଦ୍ର ସିଂ ଧ୍ରୁରେଲ । ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ତେବେ କହି ରଖୁଛୁ କି, ୩ ମାସ ଧରି ପୁଷ୍ପାଙ୍କ ସହ ଲିଭ୍ ଇନରେ ରହିଥିଲେ । ଉଭୟଙ୍କ ମଧ୍ୟରେ କିଛି କାରଣରୁ ଝଗଡ଼ା ହୋଇଥିବାବେଳେ ପିଟିପିଟି ତାଙ୍କୁ ହତ୍ୟା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ପରେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିଥିଲା କି, ଅତ୍ୟାଧିକ ମାଡ଼ କାରଣରୁ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ମଧ୍ୟ ଏହା ମାନିଥିଲା । ଏବେ ଅଭିଯୁକ୍ତ ନରେନ୍ଦ୍ରର ମୃତ୍ୟୁ ହୋଇଥିବାବେଳେ ଘଟଣାକୁ ଚର୍ଚ୍ଚା ଜୋର ଧରିଛି ।

Latest Posts

Don't Miss