ନନ୍ଦିଘୋଷ ବ୍ୟୁରୋ: ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆଜିଠୁ ଆରମ୍ଭ ଆଖଡ଼ା। ଆଖଡ଼ା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ବରଗଡ଼ ଏଡିଏମ୍। ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ଵର ଶତପଥୀ, ଅଶୋକ ବେହେରା, କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ସୁଶୀଲ ମେହେରଙ୍କ ସମେତ ପାର୍ଶ୍ଵ କଳାକାର ଓ ଧନୁଯାତ୍ରା ମହୋତ୍ସବ ସମିତିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି।

