spot_img

Latest Posts

କର୍ଣ୍ଣାଟକ ନାଟକରେ ପଡ଼ିବ କି ଯବନିକା ? ଆଜି…

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ନାଟକରେ ପଡ଼ିବ କି ଯବନିକା। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କି ସିଦ୍ଦରମୈୟା। ଆଜି ସେ ଏଭଳି ସଂକେତ ଦେଇଛନ୍ତି। ସିଦ୍ଦରମୈୟା କହିଛନ୍ତି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡ଼ଗେ ଯାହା କହିବେ, ତାହା ସେ ମାନିବେ। ସେମାନେ ଯାହା ବି ନିର୍ଦ୍ଦେଶ ଦେବେ, ଆମେ ତାହା ମାନିବୁ ବୋଲି କହିଛନ୍ତି ସିଦ୍ଧରମୈୟା। ଏହି କଥା କହିବା ବେଳେ ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାର ମଧ୍ୟ ଉପସ୍ଥିତ ଥିଲେ। ଆଜି ସକାଳେ ଉଭୟେ ଏକାଠି ଖାଇଥିଲେ ସକାଳ ଜଳଖିଆ। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟଙ୍କ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ସେଥିରେ ବିରାମ ଲଗାଇବାକୁ ଏହି ଟିଫିନ୍ ପଲିଟିକ୍ସ ହୋଇଛି। ଆଜି ଉଭୟେ ସାଙ୍ଗ ହୋଇ ଟିଫିନ ଖାଇଛନ୍ତି। ୨୦୨୩ ବିଧାନସଭା ନିର୍ବାଚନ କଂଗ୍ରେସ ଜିତିବା ପରଠୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦକୁ ନେଇ ସିଦ୍ଦରମୈୟା ଓ ଶିବ କୁମାରଙ୍କ ମଧ୍ୟରେ ଚାଲି  ରହିଛି ଛକାପଞ୍ଝା। ସେତେବେଳେ କଥା ହୋଇଥିଲା ଉଭୟେ ଅଢ଼େଇ ବର୍ଷ ଲେଖାଁଁଏ ପାଳି କରି ମୁଖ୍ୟମନ୍ତ୍ରୀ ହେବେ। ଏହାକୁ ନେଇ ଏବେ ବି ଚାଲିଛି ଟଣାଓଟରା। କିଛି ଦିନ ତଳେ ଦିଲ୍ଲୀରେ ଉଭୟେ କରିଥିଲେ ଶକ୍ତି ପ୍ରଦର୍ଶନ। ତେବେ ସେତେବେଳେ ୫ ବର୍ଷ ପରେ ହିଁ ପଦ ଛାଡ଼ିବେ ବୋଲି କହିଥିଲେ ସିଦ୍ଧରମୈୟା। ଆଜି କିନ୍ତୁ ତାଙ୍କ ମୁହଁରେ ଆଗର ଟାଣ ନାହିଁ। କଣ ହେବ, କିଛି ଦିନ ଭିତରେ ତାହା ସ୍ପଷ୍ଟ ହେବ ।

Latest Posts

Don't Miss