ନନ୍ଦିଘୋଷ ବ୍ୟୁରୋ: ହ୍ୟୁମାନ ସାଗରଙ୍କୁ ଝୁରୁଛି ସଂଗୀତ ଜଗତ। ଝୁରୁଛନ୍ତି ସଂଗୀତ ପ୍ରେମୀ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ଗାଇଥିବା ଆଲବମ୍ ଗୀତ ଯାହା ରିଲିଜ୍ ହୋଇପାରିନଥିଲା ତାହା ରିଲିଜ୍ ହୋଇଛି । ଦୀର୍ଘ ୧୩ ବର୍ଷ ତଳେ ସଂଗୀତ ଜଗତରେ ନୂଆନୂଆ ପାଦ ଥାପୁଥିବା ହ୍ୟୁମାନଙ୍କୁ ନେଇ ପ୍ରଥମେ ଆଲବମ୍ ଗୀତ ରେକର୍ଡିଂ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ମାନସ କୁମାର । ହେଲେ ସେତେବେଳେ ସେହି ଗୀତଟି ରିଲିଜ ହୋଇପାରିନଥିଲା। ହ୍ୟୁମାନ ଗାଇଥିବା ସେହି ପ୍ରଥମ ଆଲବମ୍ ଗୀତ ଟିକୁ ଆଜି ରିଲିଜ୍ କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମାନସ । ଏହି ଗୀତକୁ ଗାଇ ସେ ୧୦୦୦ ଟଙ୍କା ନେଇଥିଲେ । ଯାହା ପାଇଁ ସେ ବହୁତ ଖୁସି ହୋଇଥିଲେ । କିନ୍ତୁ ଏହାରି ଭିତରେ ତାଙ୍କର ପରଲୋକ ଘଟିବା କଥା ବିଶ୍ୱାସ ହେଉ ନଥିଲେ ସୁଦ୍ଧା ତାଙ୍କର ମୃତ୍ୟ ର ରହସ୍ୟ ଉପରୁ ପରଦା ଉଠିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ସଙ୍ଗୀତ ନିର୍ଦେଶକ ।

