spot_img

Latest Posts

ବଦଳିବ ନାଁ: ପିଏମଓ ହେବ ‘ସେବା ତୀର୍ଥ’ ଓ ରାଜଭବନ ହେବ ‘ଲୋକ ଭବନ’

ବଦଳିବ ନାଁ: ପିଏମଓ ହେବ ‘ସେବା ତୀର୍ଥ’ ଓ ରାଜଭବନ ହେବ ‘ଲୋକ ଭବନ’

ନନ୍ଦିଘୋଷ ବ୍ୟୁରୋ: ମୋଦି ସରକାର ପ୍ରଶାସନିକ ଅନୁଷ୍ଠାନକୁ ନୂଆ ପରିଚୟ ଦେବାରେ ଲାଗିଛନ୍ତି । ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ କ୍ଷମତା ବଦଳରେ ସେବା ଓ ଅଧିକାର ବଦଳରେ ଦାୟିତ୍ବକୁ ଗୁରୁତ୍ବ ଦିଆଯିବା । ଏହି କ୍ରମରେ ସେଣ୍ଟ୍ରାଲ ଓ୍ବେଷ୍ଟା ପ୍ରୋଜେକ୍ଟରେ ନିର୍ମାଣ ହେଉଥିବା ନୂଆ ପିଏମ୍ କାର୍ଯ୍ୟାଳୟର ନାଁ ‘ସେବା ତୀର୍ଥ’ ରଖାଯାଇଛି । ସେହିପରି ରାଜଭବନର ନାଁ ବି ବଦଳା ଯାଇଛି । ଏବେ ରାଜଭବନ ଲୋକ ଭବନ ନାଁରେ ପରିଚିତ ହେବ । ଏହିପରି ଦେଶରେ ସରକାରୀ ସଂସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଏବେ ପ୍ରତି ନାଁ, ପ୍ରତି ବିଲ୍ଡିଂ ଓ ପ୍ରତିଟି ଚିହ୍ନ ଏକ ନୂଆ ଧାରଣା ସୃଷ୍ଟି କରୁଛି । ଏହା ପୂର୍ବରୁ ରାଜପଥର ନାଁ ବଦଳା ଯାଇ କର୍ତ୍ତବ୍ୟ ପଥ କରାଯାଇଥିଲା । ଏହା ଦର୍ଶାଉଛି, ସରକାର ଶାସନ ପାଇଁ ନୁହେଁ ସେବା ପାଇଁ ରହିଥାଏ ।

ଲୋକ କଲ୍ୟାଣକୁ ପ୍ରତିଫଳିତ କରୁଛି ନାଁ

ଗୋଟିଏ ଲ୍ୟାଣ୍ଡମାର୍କ ସଡ଼କ ଏବେ ଗୋଟିଏ ମେସେଜ ଦେଉଛି । ଏହା ଦର୍ଶାଉଛି, କ୍ଷମତା କୌଣସି ଅଧିକାର ନୁହେଁ, ଏହା ଏକ କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ ଘରର ନାଁ ୨୦୧୬ରେ ଲୋକ କଲ୍ୟାଣ ମାର୍ଗ ରଖା ଯାଇଥିଲା । ଏହା ଏମିତି ଏକ ନାଁ ଯାହା ଲୋକ କଲ୍ୟାଣକୁ ଦର୍ଶାଉଛି ।

ଆଦର୍ଶଗତ ପରିବର୍ତ୍ତନକୁ ଦର୍ଶାଉଛି

ଏପରି ନାଁ ପରିବର୍ତ୍ତନ ସେବା ଭାବନାକୁ ଦର୍ଶାଇବା ପରି କରାଯାଇଛି । ଯାହା ରାଷ୍ଟ୍ର ପ୍ରଥମେକୁ ପ୍ରାଥମିକତା ଦେଉଛି । ସେଣ୍ଟ୍ରାଲ ସେକ୍ରେଟେରିଏଟ ନାଁ କର୍ତ୍ତବ୍ୟ ଭବନ କରାଯାଇଛି । ଏହା ଏକ ବଡ଼ ଆଡମିନଷ୍ଟ୍ରେଟିଭ ହବ ହୋଇଥିବା ବେଳେ ଏହି ଧାରଣା ସୃଷ୍ଟି କରୁଛି ପବ୍ଲିକ ସର୍ଭିସ ଏକ କମିଟମେଣ୍ଟ ଅଟେ । ଏହା ଆଦର୍ଶଗତ ପରିବର୍ତ୍ତନକୁ ଦର୍ଶାଉଛି । ଭାରତର ଲୋକତନ୍ତ୍ର କ୍ଷମତା ବଦଳରେ ଦାୟିତ୍ବ ଓ ଷ୍ଟାଟସ ବଦଳରେ ସେବାକୁ ପ୍ରତିଫଳିତ କରୁଛି । ଆଉ ନାଁରେ ଏକରି ପରିବର୍ତ୍ତନ ଲୋକଙ୍କ ଭାବନାରେ ବି ପରିବର୍ତ୍ତନ ଆଣିବ ।

Latest Posts

Don't Miss