spot_img

Latest Posts

ଇମ୍ରାନଙ୍କୁ ନେଇ ବଡ଼ ଖବର: ଜେଲରେ ଭେଟିଲେ ଭଉଣୀ, କହିଲେ- ସୁସ୍ଥ ଅଛନ୍ତି

ଇମ୍ରାନଙ୍କୁ ନେଇ ବଡ଼ ଖବର: ଜେଲରେ ଭେଟିଲେ ଭଉଣୀ, କହିଲେ- ସୁସ୍ଥ ଅଛନ୍ତି

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଆସିଛି ବଡ଼ ଖବର । ଆଦିୟାଲା ଜେଲରେ ଇମ୍ରାନ ସୁସ୍ଥ ଥିବା ଜଣାପଡିଛି । ଜେଲରେ ତାଙ୍କୁ ଆଜି ଭଉଣୀ ଉଜମା ଭେଟିବା ପରେ ଏହା କହିଛନ୍ତି । ତେବେ ତାଙ୍କୁ ଜେଲରେ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଥିବା ସେ କହିଛନ୍ତି । ଏହାସହ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ନିର୍ଦ୍ଦେଶରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଜେଲରେ ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ନେଇ ଆଫଗାନିସ୍ତାନ ମିଡ଼ିଆ ଦାବି କରିବା ପରେ ପାକିସ୍ତାନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସାରା ବିଶ୍ବର ନଜର ପାକିସ୍ତାନ ଉପରେ ଥିଲା । ଇମ୍ରାନଙ୍କ ସମର୍ଥକ ତଥା ପିଟିଆଇ ସଦସ୍ୟମାନେ ରାସ୍ତାକୁ ଓହ୍ଲାଇ ଥିଲେ । ସେମାନଙ୍କ ସହ ଇମ୍ରାନଙ୍କ ତିନି ଭଉଣୀ ମଧ୍ୟ ସାମିଲ ହୋଇଥିଲେ । ଆଦିୟାଲା ଜେଲ ଆଗରେ ଇମ୍ରାନଙ୍କୁ ଭେଟିବା ଦାବିରେ ଆନ୍ଦୋଳନ ବେଳେ ତାଙ୍କ ଉଭଣୀ ଓ ସମର୍ଥକ ଆକ୍ରମଣର ବି ଶିକାର ହୋଇଥିଲେ । ଏପରିକି ବିଦେଶରେ ଥିବା ଇମ୍ରାନଙ୍କ ସାନ ପୁଅ ବାପା ଜୀବିତ ଥିବାର ପ୍ରମାଣ ମାଗିବା ସହ ଅନ୍ୟ ଦେଶର ରାଷ୍ଟ୍ରନେତାଙ୍କୁ ଏଥିରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ ।

ଇମ୍ରାନଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି

ଜେଲରେ ଉଜମା ଇମ୍ରାନଙ୍କୁ ଭେଟିବା ସହ ତାଙ୍କ ସହ ପ୍ରାୟ ୨୦ ମିନିଟ କଥା ହୋଇଥିଲେ । ଏହାପରେ ସେ ବାହାରକୁ ଆସି ଇମ୍ରାନଙ୍କୁ ନେଇ ସୂଚନା ଦେଇଥିଲେ । ସେ କହିଥିଲେ, ଇମ୍ରାନଙ୍କ ସ୍ବାସ୍ଥ୍ୟ ଠିକ୍ ଅଛି । ହେଲେ ତାଙ୍କୁ ଏକୁଟିଆ ରଖାଯାଇଛି । ଜେଲରେ ତାଙ୍କୁ ମାନସିକ ସ୍ତରରେ ହଇରାଣ କରାଯାଉଛି । ସୂଚନାଯୋଗ୍ୟ, ଶେଷ ଥର ଇମ୍ରାନଙ୍କୁ ନେଇ ୪ ନଭେମ୍ବରରେ ସୂଚନା ଆସିଥିଲା । ସେତେବେଳେ ତାଙ୍କୁ ତାଙ୍କ ଭଉଣୀ ଅଲିମା ଭେଟିଥିଲେ । ଏହାପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ନାନା କଥା ଶୁଣିବାକୁ ମିଳୁଥିଲା ।

ମାନସିକ ନିର୍ଯାତନା ଦିଆଯାଉଛି

ଉଜମା କହିଛନ୍ତି, ଇମ୍ରାନ ବହୁତ ରାଗରେ ଥିଲେ । ତାଙ୍କୁ ଜେଲରେ ମାନସିକ ନିର୍ଯାତନା ଦିଆଯାଉଛି । ପୂରା ଦିନ ଗୋଟିଏ କୋଠରୀରେ ତାଙ୍କୁ ବନ୍ଦ କରି ରଖାଯାଉଛି । ତାଙ୍କ ସହ କାହାରିଙ୍କୁ କଥା ହେବାକୁ ଦିଆଯାଉନି । ଏ ସବୁ ସେନା ମୁଖ୍ୟ ମୁନିର ନିର୍ଦ୍ଦେଶରେ ହେଉଥିବା ସେ ଅଭିଯୋଗ କରିଛନ୍ତି ।

Latest Posts

Don't Miss