spot_img

Latest Posts

ଦୁଇ ଦିଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ଦୁଇ ଦିଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ରାଜଧାନୀ ଦିଲ୍ଲୀରେ ଆସି ପହଞ୍ଚିଲେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ରାଷ୍ଟ୍ରପତି ପୁଟିନଙ୍କୁ ସ୍ଵାଗତ ଲାଗି ବ୍ୟାପକ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ଵାଗତ କରିଥିଲେ। ପାଲମ ଏୟାରପୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଗସ୍ତ ସମୟରେ ଭାରତ ଓ ରୁଷ ମଧ୍ୟରେ ଅନେକ ଦ୍ଵିପାକ୍ଷିକ ଚୁକ୍ତି ହେବା ସମ୍ଭାବନା ରହିଛି।

ତୈଳ କ୍ରୟ ପ୍ରସଙ୍ଗ ନେଇ ଭାରତ ଉପରେ ଆମେରିକାର ଟ୍ରେଡ ମାଡ ପରିପ୍ରେକ୍ଷୀରେ ପୁଟିନଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। ବିଶେଷ କରି ପ୍ରତିରକ୍ଷା ସହଯୋଗ, ବାଣିଜ୍ୟ କାରବାର ଓ ତେଲ କିଣା ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି। ପୁଟିନଙ୍କ ଗସ୍ତ ଆଗରୁ ଭାରତକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିକ୍ରି ପାଇଁ ଏକ ପ୍ରସ୍ତାବ ରୁଷର ସଂସଦରେ ପାରିତ ହୋଇଛି। ରୁଷ ପକ୍ଷରୁ କୁହାଯାଇଛି, ଭାରତ ସହିତ ସଂପର୍କ ସାଧାରଣ ସଂପର୍କ ନୁହେଁ। ଏହା ବହୁତ ଦିନରୁ ରହି ଆସିଛି । ଆଗାମୀ ଦିନରେ ଏହା ଆହୁରି ସୁଦୃଢ଼ ହେବ। ସାମରିକ ଓ ବାଣିଜ୍ୟିକ ସହଯୋଗ ଆହୁରି ବଢ଼ିବ ବୋଲି କୁହାଯାଉଛି।

Latest Posts

Don't Miss