spot_img

Latest Posts

ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡି ; ଖାଲି ପଡିଛି ୧୪୩୦ ପଦବୀ

ନନ୍ଦିଘୋଷ ବ୍ୟୁରୋ : ବିଶ୍ଵବିଦ୍ୟାଳୟରେ ପ୍ରାଧ୍ୟାପକ ମରୁଡି । ଖାଲି ପଡିଛି ୧୪୩୦ ପଦବୀ । ଏଥିରୁ ୨୬୧ ପ୍ରାଧ୍ୟାପକ, ୪୫୯ ସହଯୋଗୀ ପ୍ରାଧ୍ୟାପକ ଓ ୭୧୦ ସହକାରୀ ପ୍ରାଧ୍ୟାପକ ପଦବୀ ଖାଲି ପଡିଛି । ୧୪ ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଗୃହକୁ ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ୬ଟି ବିଶ୍ୱବିଦ୍ୟାଳୟର ଆଶାୟୀ କୁଳପତି ମାନଙ୍କ ସାକ୍ଷତକାର କାର୍ଯ୍ୟକ୍ରମ ସରିଛି । ସେପଟେ ସରକାରୀ ମହାବିଦ୍ୟାଳୟରେ ୫୬୬ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୮୫ ପଦବୀ ପାଇଁ OPSC ବିଜ୍ଞାପନ ଜାରି କରିଥିଲେ । ତାହାର ଚୟନ ପ୍ରକ୍ରିୟା ଜାରି ଅଛି । ୩୦୪ ଅଧ୍ୟାପକ ପଦବୀ ପୂରଣ ପାଇଁ OPSCକୁ ଅନୁରୋଧ କରାଯାଇଛି । ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ୧୬୮୯ ଅଧ୍ୟାପକ ପଦବୀ ଖାଲି ପଡିଛି । ୩୦୦ ଅଧ୍ୟାପକ ଡେପୁଟେସନ ଆକାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାମ କରୁଛନ୍ତି ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

Latest Posts

Don't Miss