spot_img

Latest Posts

ଆଜି ଜନ୍ମଦିନରେ ଏହି ଖେଳାଳିଙ୍କୁ ଦଳରେ ମିଳିନପାରେ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ । ବିଶାଖାପାଟଣାମରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ୩ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜ ଏବେ ୧-୧ ରହିଛି । ଶେଷ ମ୍ୟାଚ ଯିଏ ଜିତିବ ସିରିଜ ବିଜୟୀ ହେବ । ଦ୍ବିତୀୟ ଦିନିକିଆରେ ଭାରତ ଭଲ ବ୍ୟାଟିଂ କରିଥିଲା ମାତ୍ର ବୋଲିଂ ପାଇଁ ପରାଜୟ ବରଣ କରିଥିଲା । ତେବେ ଆଜିର ମ୍ୟାଚରେ କାହାକୁ ଦଳରେ ସୁଯୋଗ ମିଳିବ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆଜି ମ୍ୟାଚ ଯେତିକି ଗୁରୁତ୍ବପୂର୍ଣ୍ଣ ଟିମ ଇଣ୍ଡିଆ ପାଇଁ ମଧ୍ୟ ସେତିକି ଗୁରୁତ୍ବପୂର୍ଣ୍ଣ । ଆଜି ଟିମ ଇଣ୍ଡିଆର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଜନ୍ମଦିନ । ତେବେ ତାଙ୍କ ଆଜି ଦଳରେ ସ୍ଥାନ ନମିଳିପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଥମ ଦୁଇ ମ୍ୟାଚରେ ଗୋଟିଏ ବି ଓ୍ବିକେଟ ଅକ୍ତିଆର କରିନଥିବା ଜାଡେଜା ବ୍ୟାଟିଂରେ ମଧ୍ୟ କୌଣସି ଭଲ ପ୍ରଦର୍ଶନ କରିନଥିଲେ । ତେବେ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରାଯିବା ସହ ମ୍ୟାଚକୁ ଜିତି ସିରିଜ ଜିତିବା ପାଇଁ ଚେଷ୍ଟା କରିବ ଭାରତ ।

Latest Posts

Don't Miss