spot_img

Latest Posts

୨୦୨୫ ବର୍ଷରେ ସର୍ବାଧିକ ରନ୍ ସ୍କୋର କରିଥିବା ୫ ଜଣ ଖେଳାଳି

ଆଉ ମାତ୍ର ଦିନ କେଇଟା ପରେ ୨୦୨୫ ବର୍ଷ ବିଦାୟ ହେବ । ଏଭଳି ସ୍ଥିତିରେ ୨୦୨୫ କ୍ରିକେଟ କ୍ଷେତ୍ର ପାଇଁ କିପରି ରହିଥିଲା, ତାହା ଜାଣିବାକୁ ବହୁ କ୍ରିକେଟପ୍ରେମୀ ଉତ୍ସୁକ ହୋଇଥାନ୍ତି । ଏହି ବର୍ଷରେ କେଉଁ ବ୍ୟାଟ୍ସମ୍ୟାନମାନେ ସବୁଠାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି, ଆପଣ ଜାଣନ୍ତି କି? ଚଳିତ ବର୍ଷ ୧୭ ଜଣ ବ୍ୟାଟ୍ସମ୍ୟାନ ୧ ହଜାର ରନ୍ ପାର କରିଛନ୍ତି । କିଏ ଟି-୨୦ ଫର୍ମାଟରେ ତ ଆଉ କିଏ ଟେଷ୍ଟରେ ଓ ଆଉ କିଏ ଦିନିକିଆରେ ଏହି କୃତିତ୍ବ ହାସଲ କରିଛନ୍ତି । ୨୦୨୫ରେ ସର୍ବାଧିକ ସ୍କୋର କରିଥିବା ୫ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆସନ୍ତୁ ଜାଣିବା ।

୧- ଏହି ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛନ୍ତି ଭାରତୀୟ ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ । ସେ ୩୨ଟି ମ୍ୟାଚରେ ୧୭୩୨ ରନ୍ ସଂଗ୍ରହ କରିଛନ୍ତି । ସେଥିମଧ୍ୟରେ ୭ଟି ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଛି ।

୨- ଦ୍ବିତୀୟ ସ୍ଥାନରେ ଥିବା ଜିମ୍ବାଓ୍ବେ କ୍ରିକେଟ ଟିମର ବ୍ରାୟନ ବେନେଟ ୧୫୮୫ ରନ୍ ସଂଗ୍ରହ କରିଥିବା ବେଳେ ସେଥିରେ ୩ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି ।

୩- ତୃତୀୟ ସ୍ଥାନରେ ରହିଛନ୍ତି ପାକିସ୍ତାନ ଟି-୨୦ ଟିମର ଅଧିନାୟକ ସଲମାନ ଆଗା । ସେ ଚଳିତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରେ ୧୫୫୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ରହିଛି ।

୪- ଚତୁର୍ଥ ସ୍ଥାନରେ ଥିବା ଓ୍ବେଷ୍ଟଇଣ୍ଡିଜର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଶାଈ ହୋପ ୧୫୦୫ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୪ଟି ଶତକ ଓ ୮ଟି ଅର୍ଦ୍ଧଶତକ ସାମିଲ ରହିଛି ।

୫- ପଞ୍ଚମ ସ୍ଥାନରେ ଥିବା ଶ୍ରୀଲଙ୍କାର ବ୍ୟାଟ୍ସମ୍ୟାନ ପାଥୁମ ନିସଂକା ୩୩ଟି ମ୍ୟାଚରେ ୧୪୦୩ ରନ୍ ସଂଗ୍ରହ କରିଛନ୍ତି । ସେଥିରେ ୪ଟି ଶତକ ଓ ୬ଟି ଅର୍ଦ୍ଧଶତକ ସାମିଲ ରହିଛି ।

Latest Posts

Don't Miss