spot_img

Latest Posts

ବିଜେପି ସରକାରରେ ବାରମ୍ଵାର ପ୍ରଶ୍ନ ଲିକ୍: ଆନ୍ଦୋଳନ କରିବ ବୋଲି ବିଜେଡିର ଚେତାବନୀ

ବିଜେପି ସରକାରରେ ବାରମ୍ଵାର ପ୍ରଶ୍ନ ଲିକ୍ ହେଉଥିବାରୁ କଡ଼ା ସମାଲୋଚନା କରିଛି ବିଜେଡି। ଦଳ ଅଭିଯୋଗ କରିଛି, ଆଗରୁ ଶ୍ରୀଜଗନ୍ନାଥଙ୍କ ପାଇଁ ବାହାର ଲୋକେ ଓଡ଼ିଶାକୁ ଜାଣୁଥିଲେ। କିନ୍ତୁ ଯେଉଁଭଳି ଭାବେ ପ୍ରଶ୍ନପତ୍ର ଲିକ୍ ହେଉଛି, ଲୋକେ କହୁଛନ୍ତି ଓଡ଼ିଶା ପ୍ରଶ୍ନପତ୍ର ଲିକ୍ ବା ଓପିଏଲ୍। IPL ପରି OPL ପ୍ରସିଦ୍ଧ ହେଲାଣି। ୧୮ ମାସର ସରକାରରେ ୧୮ରୁ ଅଧିକ କୋଶ୍ଚିନ ଲିକ୍ ହୋଇଛି। ପରୀକ୍ଷା ବାତିଲ ହେଉଛି। ଏହା କେବେ ଶେଷ ହେବ କେହି ଜାଣି ପାରୁ ନାହାନ୍ତି। ଯଦି ଗୋଟେ ପରୀକ୍ଷା ସୁରକ୍ଷିତ ଭାବେ ସରକାର କରି ପାରୁ ନାହାନ୍ତି, କି ସୁରକ୍ଷା ସହ ସରକାର ଚାଲିବ ? ପରୀକ୍ଷା ନିୟନ୍ତ୍ରଣ ବୋର୍ଡ ରହିଛି. ଯଦି ସରକାର ବାରମ୍ବାର ଫେଲ ମାରୁଛନ୍ତି, ଏହି ବୋର୍ଡର ଆବଶ୍ୟକତା କଣ? ଜନବିଶ୍ୱାସ ବିଲ୍ ଆଣି ଜୁଆ ଖେଳିବାକୁ ପ୍ରୋତ୍ସାହନ ଦେଲେ। ପରୀକ୍ଷା ନ ଦେଇ ପିଲା ଜୁଆ ଖେଳିବେ। ବିଜେଡି କଟାକ୍ଷ କରି କହିଛି, ପରୀକ୍ଷା ନିଲାମି ବୋର୍ଡ ହେବ। ସରକାର ଚାକିରି ବିକ୍ରି ମେଳା କରନ୍ତୁ। ମୁଖ୍ୟମନ୍ତ୍ରୀ ଶ୍ୱେତପତ୍ର ଜାରି କରିବେ କି। ଯେଉଁ ଆଇନ କରିଥିଲେ, ସେଥିରେ କେତେଟା ସଂସ୍ଥା କଳାତାଲିକାଭୁକ୍ତ ହୋଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଲେ ସରକାର ବି ଅନ୍ଧାରକୁ ଚାଲିଯିବ ବୋଲି ବିଜେଡି ଚେତାବନୀ ଦେଇଛି। ଆଗକୁ ଛାତ୍ର ଓ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ  ଦେଇଛି ବିଜେଡି।

Latest Posts

Don't Miss