ଅନ୍ନଦାତାଙ୍କୁ ଅଣଦେଖା । ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ଚାଷୀ । ୮ଶହ ଟଙ୍କାର ସବସିଡି ଦେଇ ଠକିଥିବା ଅଭିଯୋଗ । ଟୋକନ ଆସୁ ନଥିବାରୁ ଅପେକ୍ଷାରେ ଚାଷୀ । ଯୁଦ୍ଧଂଦେହୀ ଡାକରା ଦେଲା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି । ମଣ୍ଡି ଖୋଲିବା ପୂର୍ବରୁ ଟୋକନ ସମସ୍ୟା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର । ଧାନ କାଟି ଖଳାରେ ରାତି କାଟୁଛନ୍ତି ଚାଷୀ । ହେଲେ ଟୋକନ ମିଳି ନଥିବାରୁ ଗଦା ହୋଇ ରହିଛି ଧାନ । ୮ ଶହ ଟଙ୍କା ସବସିଡି ଦେଇ ଚାଷୀଙ୍କୁ ସମସ୍ୟା ଭିତରକୁ ଠେଲି ଦିଆଯାଇଥିବା ଅଭିଯୋଗ କରିଛି ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି । ସମ୍ବଲପୁରରେ ତୁରନ୍ତ ଚାଷୀଙ୍କ ସମସ୍ଯାର ସମାଧାନ ନହେଲେ ସରକାର ଏକ ବଡ଼ ଧରଣର ଆନ୍ଦୋଳନ ଦେଖିବେ ବୋଲି ଚେତାବନୀ ଦେଇଛି ।
ମଣ୍ଡି ଖୋଲିଛି, ହେଲେ ବଢ଼ିଛି ସମସ୍ୟା । କେବଳ ଏତିକିରେ ସରିନି ଚାଷୀଙ୍କ ଦୁଃଖ । ଧାନ କିଣାରେ ଟାର୍ଗେଟ ସମସ୍ୟାଠୁ ଆରମ୍ଭ କରି ମିଲରଙ୍କ ମନମାନି ଓ କଟନୀ ଛଟନୀ ପାଇଁ ସମସ୍ୟାରେ ଚାଷୀକୂଳ । ସମ୍ବଲପୁର ସମେତ ବିଭିନ୍ନ ଜିଲ୍ଲାରେ ଧାନକିଣା ବିଳମ୍ବ ହୋଇଛି । ତେଣୁ ସମ୍ବଲପୁର ବରଗଡ ଝାରସୁଗୁଡ଼ା ସୋନପୁର ଚାଷୀ ଏକତ୍ରିତ ହୋଇ ସରକାର ନ ଶୁଣିଲେ ଆଗକୁ ଚାଷୀ ମଧ୍ୟ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

