spot_img

Latest Posts

ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ୨-୧ରେ ଦିନିକିଆ ସିରିଜ କବଜା କଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇ ଦିନିକିଆ ସିରିଜ କବଜା କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ବିଶାଖାପାଟନମରେ ଚାଲିଥିବା ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିକାକୁ ୯ ଓ୍ବିକେଟରେ ହରାଇଲା ଭାରତ । ଏହାସହ ୨-୧ରେ ଦିନିକିଆ କଲା କବଜା । ୨୭୧ ରନର ବିଜଳ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

ଗୋଟିଏ ଓ୍ବିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏକମାତ୍ର ଓ୍ବିକେଟ ଭାବେ ହିଟ୍ ମ୍ୟାନ ରୋହିତ ଶର୍ମା ଆଉଟ ହୋଇଥିଲେ । ତେବେ ରୋହିତ ଆଉଟ୍ ହେବା ପୂର୍ବରୁ ଧୂଆଁଧାର ୭୫ ରନ୍ କରିଥିଲେ । ଏଥରେ ୭ଟି ଚୌକା ଓ ୩ଟି ଛକା ସାମିଲ ଥିଲା । ଆଜିର ମ୍ୟାଚରେ ଶତକୀୟ ପାରି ଖେଳିଥିଲେ ଜୟସଓ୍ବାଲ । ସେ ୧୨୧ ବଲ ଖେଳି ୧୨ ଚୌକା ଓ ୨ ଛକା ସହାୟତାରେ ୧୧୬ ରନ୍ କରିଥିଲେ । ତେବେ ହିଟମ୍ୟାନ ଆଉଟ୍ ହେବା ପରେ ପଡ଼ିଆକୁ ଆସିଥିବା ବିରାଟଙ୍କ ବ୍ୟାଟରୁ ଧୂଆଁଧାର ୬୫ ରନ୍ ବାହାରିଥିଲା । ମାତ୍ର ୪୫ ବଲର ସାମ୍ନା କରି ବିରାଟ ୬ ଚୌକା ଓ ୩ ଛକା ସହାୟତାରେ ଏହି ପାରି ଖେଳିଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ କେଶବ ମହାରାଜ ରୋହିତଙ୍କୁ ଆଉଟ କରିଥିଲେ ।

ସେପଟେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ୟିକା ଦଳ ୪୭.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୭୦ ରନ୍ କରିଥିଲା । ଦଳୀୟ ସ୍କୋର ମାତ୍ର ୧ ରନ୍ ଥିବା ବେଳେ ରିକଲଟନ୍ ଖାତା ଖୋଲିବା ପୂର୍ବରୁ ଅର୍ଶଦୀପଙ୍କ ଶିକାର ହୋଇଥିଲେ । ଏହାପରେ ଅଧିନାୟକ ଟି. ବାଭୁମା ବ୍ୟାଟି କରିବାକୁ ଆସିଥିଲେ । ଅନ୍ୟତମ ଓପ୍ନର ଡି କକଙ୍କ ସହ ଭଲ ପାର୍ଓନରସିପ କରିଥିଲେ । ବାଭୁମା ୪୮ ରନ୍ କରି ଆଉଟ ହୋଇଥିବା ବେଳେ ଡି କକ୍ ୮୯ ବଲରୁ ୮ ଚୌକା ଓ ୬ ଛକା ସହାୟତାରେ ୧୦୬ ରନର ଧୂଆଁଧାର ଇଂନିସ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଥ୍ୟୁ ୨୪, ମାର୍କରାମ ୧, ବ୍ରେଭିସ ୨୯, ଜନସନ ୧୭, ବୋଚ ୯, ମହାରାଜା ୨୦ ନିଗିଡି ୧ ଏବଂ ବାର୍ଥମ୍ୟାନ ୩ ରନ୍ କରିଥିଲେ ।

ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

Latest Posts

Don't Miss