ନନ୍ଦିଘୋଷ ବ୍ୟୁରୋ: ଖୋଲା କୂଅରୁ ଉଦ୍ଧାର ହେଲା ହାତୀ । ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ହାତୀକୁ ଉଦ୍ଧାର କଲା ବନବିଭାଗ । ଅନୁଗୋଳ ଜିଲ୍ଲା ବଅଁରପାଳ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଏକ ୮ ବର୍ଷର ହାତୀ ଛୁଆ କୂଅରେ ପଡି ଯାଇଥିଲା । ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି । ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଜଙ୍ଗଲରୁ ପ୍ରାୟ ୩୦ଟି ହାତୀ ଆସିଥିଲେ । ସେଥି ମଧ୍ୟରୁ ଏକ ୮ ବର୍ଷର ହାତୀ ଛୁଆ ନରେନ୍ଦ୍ରପୁର ଗ୍ରାମରେ ଥିବା ଏକ କୂଅରେ ପଡିଯାଇଥିଲା । ଗ୍ରାମବାସୀ ବନବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ସ୍ଥାନୀୟ ସରପଞ୍ଚ, ରେଞ୍ଜର, ଫରେଷ୍ଟର, ଆର ଆର ଟି ଫରେଷ୍ଟର , ହାତି ସ୍କ୍ୱାର୍ଡ ରାପିଡ୍ ଅକ୍ସନ ଟିମ, ଗଜ ମିତ୍ରଙ୍କ ସହ ଅନ୍ୟ କର୍ମଚାରୀ ପହଞ୍ଚି ଥିଲେ। ବନବିଭାଗ ପକ୍ଷରୁ ଏକ ଜେସିବି ମେସିନ ଡକାଇ କୂଅର ଏକ ପାର୍ଶ୍ଵରୁ ଖନନ କରି ହାତୀ ଛୁଆକୁ ଉଦ୍ଧାର କରିଥିଲେ । ତେବେ ହାତୀ ଗ୍ରାମକୁ ପ୍ରବେଶ ନେଇ ସରପଞ୍ଚ ଓ ଗ୍ରାମବାସୀଙ୍କ ପକ୍ଷରୁ ବନବିଭାଗ ଅଧିକାରୀଙ୍କ ସହ କିଛି ସମୟ ଉତେଜନା ଦେଖାଦେଇଥିଲା । ପରେ ବନବିଭାଗ ଅଧିକାରୀ ଗ୍ରାମରେ ଆଲୋକୀକରଣ ଓ ସୋଲାର ତାର ବିଛାଇବାର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା ।

